ବ୍ଲକ ପରିସରରେ ଯୁଗ୍ମ ଜନଶୁଣାଣୀ ଶିବିର

ବାହାନଗା/ବାଲେଶ୍ୱର, ୨୭/୦୮( ଓଡ଼ିଆପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଜିଲ୍ଲାପାଳ ରମେଶ ରାଉତଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଶୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୧୬୦ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ ୩ଅଭିଯୋଗକାରୀଙ୍କୁ ଜରୁରୀ କାଳୀନ ସହାୟତା ପ୍ରଦାନକରାଯାଇଛି। ଏହି ଯୁଗ୍ମ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀଅଧିକ୍ଷକ ବି. ଯୁଗଳ କିଶୋର କୁମାର, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଏପିଡ଼ି(ଫାଇନାନ୍ସ) ଅଜୟ କୁମାର ସେଠୀ, ସିଡ଼ିଏମଓ ବିବେକାନନ୍ଦ ଦାସ, ଡିପିଓ ବଶିଂଧର ସିଂ, ବିଡ଼ିଓ ଉମାକାନ୍ତ ନାୟକ, ଡିଏସଡବ୍ଲୁ କୁନ୍ତଳା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷାଧିକାରୀ କମଳାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗର ଶୁଣାଣୀ କରିଥିଲେ। ଶିବିରକୁ ବାହାନଗା ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ମହାଳିକ, ଏବିଡ଼ିଓ ମାନସ କୁମାର ଚୌଧୁରୀ, ବ୍ଲକ ସାମାଜିକ ସୁରକ୍ଷାଧିକାରୀ ପ୍ରସନ୍ନ କୁମାର ବାରିକ, କୈଳାସ ବେହେରାଙ୍କ ସହ ବ୍ଲକ କର୍ମଚାରୀ ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଉତଙ୍କ ଉପସ୍ଥିତରେ ୮ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ, ୧ଜଣକୁ ହୁଇଲ ଚେୟାର ଓ ୧ଜଣକୁ ବସ ପାସ ପ୍ରଦାନ କରାଯାଇଥିଲା। ଜରୁରୀ କାଳୀନ ସହାୟତା ବାବଦରେ ସୋର ଥାନା ଅଧିନ ସାଜନପୁର ଗ୍ରାମର ବିଶ୍ୱରାଠୀ ବାରିକ, ନୀଳଗିରୀ ଥାନା ଅଧିନ ବାଉଁଶ ବଣିଆର ମନୋରଞ୍ଜନ ସ, ଖନ୍ତାପଡ଼ା ଥାନାଅଧିନ ଆରୁହାବାଡ଼ ଗ୍ରାମର ସାବିତ୍ରୀ ପଲେଇଙ୍କୁ ୫ହଜାର ଟଙ୍କା ଚେକ ପ୍ରଦାନ କରାଯାଇଥିଲା। ଶିବିରରେ ଅଭିଯୋଗ ରେସନ କାର୍ଡ଼, ଗୃହ ନିର୍ମାଣ, ଭତ୍ତା, ପାନୀୟଜଳ ଯୋଗାଣ, ସମ୍ବନ୍ଧୀୟ ଥିବା ବେଳେ ଗ୍ରାମୀଣ ଜଳଯୋଗାଣ ଓ ପରିମଳ, ବିଦ୍ୟୁତ, ମତ୍ସ୍ୟ ଓ ପଶୁପାଳନ, ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ, ଶିକ୍ଷା ବିଭାଗ, ଆରକ୍ଷୀ ଓ ଅବକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *