କେନ୍ଦ୍ରାପଡ଼ା

ବ୍ଲକସ୍ତରୀୟ ମିଳିମିଳା ଓ ରୁବେଲା ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା ୧୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଆଜି କେନ୍ଦ୍ରାପଡା ଟାଉନ୍ ହାଇସ୍କୁଲ ପରିସରରେ ବିଆର୍ସିସି, ସିଆର୍ସିସି ପ୍ରଧାନ ଶିକ୍ଷକ ଓ ନୋଡାଲ ଶିକ୍ଷକମାନଙ୍କ ପାଇଁ ଏକ ବ୍ଲକସ୍ତରୀୟ ମିଳିମିଳା ଓ ରୁବେଲା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ପ୍ରଦୀପ କୁମାର ଦାସ, ବ୍ଲକ ପୋଗ୍ରାମ ପରିଚାଳିକା ଅନ୍ନପୂର୍ଣ୍ଣା ନାୟକ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଜୟନ୍ତ କୁମାର ରାଉତରାୟ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ଓ କେନ୍ଦ୍ରାପଡା ବିଆରସିସି ଅଜୟ କୁମାର ପରିଡା ପ୍ରମୁଖ ଯୋଗଦେଇ ଉପସ୍ଥିତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସମସ୍ତ ବିଆରସିସି, ସିଆରସିସି, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟର୨ଶହରୁ ଉର୍ଦ୍ଧ୍ୱ ପ୍ରଧାନ ଶିକ୍ଷକ ଓ ନୋଡାଲ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଟିକା ପ୍ରଦାନ ଦ୍ୱାରା ପିଲାଟିକୁ ମିଳିମିଳା ଓ ଜର୍ମାନ ମିଳିମିଳା ରୋଗରୁ ସୁରକ୍ଷା ମିଳିଥାଏ ବୋଲି ଡାଃ. ଦାସ କହିଥିଲେ। ଆସନ୍ତା ଜାନୁଆରୀ ୨୯ ତାରିଖଠାରୁ ଫେବୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ଦୁଇସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ବିଦ୍ୟାଳୟରେ ପିଲାମାନଙ୍କୁ ଟୀକା ଦିଆଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ପରବର୍ତ୍ତୀ ଦିବସରେ ଗୋଷ୍ଠୀଭିତ୍ତିକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକମାନେ ଅଭିଭାବକମାନଙ୍କୁ ଡକାଇ ସେମାନଙ୍କୁ ଟୀକାକରଣ ସଂପର୍କରେ ସଚେତନ କରାଇବାବକୁ ଅନୁରୋଧ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top