ad
ଅନୁଗୁଳ

ବ୍ଲକସ୍ତରୀୟ ମାଧ୍ୟମିକ ଶିକ୍ଷକ,କର୍ମଚାରୀ ବନ୍ଧୁମିଳନ ଉତ୍ସବ

ତାଳଚେର,୨୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା)): ତାଳଚେର ବ୍ଲକ ଭରତପୁର ଉଚ୍ଚବିଦ୍ୟାଳୟ ପରିସରରେ ମାଧ୍ୟମିକ ଶିକ୍ଷକ, କର୍ମଚାରୀ ସଂଘ ପକ୍ଷରୁ ଅଷ୍ଟମ ବ୍ଲକସ୍ତରୀୟ ମାଧ୍ୟମିକ ଶିକ୍ଷକ,କର୍ମଚାରୀ ବନ୍ଧୁମିଳନ ଉତ୍ସବସ୍ତରୀୟ ବନ୍ଧୁମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସଂଘର ସଭାପତି କିଶୋର ଚନ୍ଦ୍ର କର ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବରେ ବନ୍ଧୁମିଳନ କମିଟିର ସମ୍ପାଦକ ତ୍ରିଲୋଚନ ଦାସ,ଗୋବରା ହାଇସ୍କୁଲର ପ୍ରଧାନଶିକ୍ଷକ ଲଳିତ କୁମାର ରଥ, ହିଙ୍ଗୁଳା ନୋଡାଲ୍ ହାଇସ୍କୁଲର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁ,ଭରତପୁର ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଉଷାରାଣୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଭରତପୁର ଉଚ୍ଚବିଦ୍ୟାଳୟର ଶିକ୍ଷକ ସୁନନ୍ଦ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବନ୍ଧୁମିଳନ କମିଟିର ସମ୍ପାଦକ ଶ୍ରୀ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ତାଳଚେର ବ୍ଲକରେ ଥିବା ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ପରସ୍ପର ମଧ୍ୟରେ ସହଭାଗିତା କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ସଂଘ ଆବଶ୍ୟକ ପଦକ୍ଷେପ ନେବାକୁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ବ୍ଲକର ୩୨ଟି ବିଦ୍ୟାଳୟର ଦୁଇ ଶହରୁ ଉଦ୍ଧ୍ୱର୍ ଶିକ୍ଷକ ଓ କର୍ମଚାରୀ ଯୋଗ ଦେଇଥିଲେ । ଏହି ଅବସରରେ ଗତ ବର୍ଷ ଶିକ୍ଷାଦାନରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତା ବର୍ଷ ବନ୍ଧୁମିଳନ ଉତ୍ସବ ଡେରାସ୍ଥିତ କୋଲିୟରୀ ହାଇସ୍କୁଲରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଥିଲା । ଶେଷରେ ଭରତପୁର ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅମୀୟ କୁମାର ସାହୁ,ମିହିର କୁମାର ବିଶ୍ୱାଳ,ମନୋରଞ୍ଜନ ପଟ୍ଟନାୟକ,ପ୍ରକାଶିନୀ ସାହୁ,ସିମାଦ୍ରୀ ମିଶ୍ର,ଅମ୍ବିକା ବେହେରା, ବିଜୟଲକ୍ଷ୍ମୀ ମିଶ୍ର,ଅମୂଲ୍ୟ ମହାପାତ୍ର,ନକୁଳ ସାହୁ,ବିନୋଦ ଗୋଚ୍ଛାୟତ,ଖଗେଶ୍ୱର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସିମାଦ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top