Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

12

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ବିଜ୍ଞାନମେଳା ହାରାମଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ କଳ୍ପନା ଧଳଙ୍କ ପୌରହିତ୍ୟରେ ଆୟୋଜିତ ଏହି ହାଇସ୍କୁଲସ୍ତରୀୟ ବିଜ୍ଞାନମେଳାକୁ ମୁଖ୍ୟ ଅତଥି ବ୍ଲକଶିକ୍ଷାଧିକାରୀ ଅଧିର କୁମାର ତରାଇ ଉଦଘାଟନ କରିଥିଲେ । ବ୍ଳକ ସମ୍ବଳ ସଂଯୋଜକ ଅକ୍ଷୟ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଚଳିତ ବର୍ଷକୁ ଆର୍ନ୍ତଜାତୀୟ ମାଣ୍ଡିଆ ବର୍ଷ ଭାବେ ଜାତିସଂଘ ପାଳନ କରୁଥିବାରୁ ଆଜିର ସେମିନାର ବିଶେଷ ଗୁରୁତ୍ୱ ବହନ କରୁଛି ବୋଲି ମତ ପ୍ରକାଶ କରିଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ରବିନ୍ଦ୍ର କୁମାର ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ । ମଧୁମେହ ରୋଗ ଓ ଜଳବାୟୁ ପରିବର୍ତ୍ତନ ଭଳି ଜନଜୀବନ ସମସ୍ୟାକୁ ପ୍ରତିହତ କରିବାକୁ ହେଲେ ‘ମାଣ୍ଡିଆ ଏକ ପୌଷ୍ଟିକ ଖାଦ୍ୟ କିମ୍ବା ଭ୍ରାନ୍ତ ଆହାର?’ ଶିର୍ଷକ ଆଧାରିତ ଏହି ସେମିନାରରେ ବ୍ଲକ ଅଞ୍ଚଳର ୨୭ଟି ଉଚ୍ଚବିଦ୍ୟାଳୟରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଏନ.ସି.ଇ.ଆର.ଟି. ଦ୍ୱାରା ପ୍ରସ୍ତୁତ ସଂପୃକ୍ତ ଶିର୍ଷକ ଉପରେ ପ୍ରତ୍ୟେକ ପ୍ରତିଯୋଗୀ ୬ ମିନିଟର ମତାମତ ଓ ବ୍ୟାଖ୍ୟା ରୂପକ ବକ୍ତୃତା ରଖିଥିଲେ । ଏହା ସହ ବକ୍ତୃତା ସମ୍ପର୍କରେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରାଯିବା ପାଇଁ ଅତିରିକ୍ତ ୨ ମିନିଟ ସମୟ ମଧ୍ୟ ଦିଆଯାଇଥିଲା । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନାଭ ପାଣି ଓ ବିଲଣା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ କୁମାର ରାୟ ବିଚାରକ ଭାବେ ବକ୍ତୃତା ମୂଲ୍ୟାୟନ କରିଥିଲେ । ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ କ୍ଷୀରାଦ୍ଦି ତନୟା ପଣ୍ଡା ସେମିନାରରେ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲାସ୍ତର ପ୍ରତିଯୋଗୀତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ । ବିଜ୍ଞାନଶିକ୍ଷକ ନରେନ୍ଦ୍ର ଜେନା, ବାସୁଦେବ ସୋରେନ, ଆଶୀର୍ବାଦ ବେହେରା, ତପଜା ସାହୁ, ଗୀତା ରୋଜାଲିନ, ସଶ୍ମିତା ପରିଡା, ଦେବସ୍ମୀତା ସେନାପତି, ସମରେନ୍ଦ୍ର କୁମାର ଉଦଗାତା ଓ ଆଶୁତୋଷ ପଣ୍ଡା ପ୍ରମୁଖ ସେମିନାର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.