ଜିଲ୍ଲା ପରିକ୍ରମା

ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ଭଦ୍ରକ ବ୍ଳକସ୍ତରୀୟ ବିଜ୍ଞାନମେଳା ଅନ୍ନପାଳସ୍ଥିତ ଓକରା ଉଚ୍ଚ ବିଦ୍ୟାଳୟରେ ଚଳିତ ମାସ ୧୨ତାରିଖରେ ଅନୁଷ୍ଠିତ ହେବ । ଏଥି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ୧୭୦ପ୍ରକଳ୍ପ ସ୍ଥାନ ପାଇବ । ବିଦ୍ୟାର୍ଥୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉକ୍ତ ମେଳା ଆୟୋଜନର ମୁଖ୍ୟ ଉଦେ୍ଦଶ୍ୟ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ବୈକୁଣ୍ଠ ବିଶ୍ୱାଳ ମେଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବିପିନି ବିହାରୀ ସାମଲ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ, ଉମେଶ ଚନ୍ଦ୍ର ମାଝୀ, ପୂର୍ଣ୍ଣୀମା ଦାସ, ବାଦଲ ମହାପାତ୍ର, ଭୀମଚରଣ ପରିଡ଼ା, ଚାରୁଲତା ମହାପାତ୍ର, ବିଆରସିସି ଗୟାଧର ପଣ୍ଡା, ସିଆରସିସି ସମୀର ଜେନା, ପ୍ରଧାନ ଶିକ୍ଷୟତ୍ରୀ ଭକ୍ତିମା ନାୟକ, ପ୍ରଶାନ୍ତ ସାହୁ, ରାଜେଶ ଦାସ, ବିରେନ୍ଦ୍ର ମାଝୀ, ସମୀର ଚୌଧୁରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ, ଚନ୍ଦ୍ରକାନ୍ତ ଶୁକ୍ଳା ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top