ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଓ ଅକ୍ଷୟ ତୃତୀୟା ପାଳିତ

ଯାଜପୁର, ୧୮ ।୪(ଓଡିଆପୁଅ/ମାନସ ରାଉତ): ଓଡିଶାର ଚାଷୀମାନଙ୍କ ମୁଖ୍ୟ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଡଚଣା ବ୍ଲକ ଜଗନ୍ନାଥପୁର ଗ୍ରାମରେ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଓ ଅକ୍ଷୟ ତୃତୀୟା ଉସôବ ପାଳିତ ହୋଇଯାଇଛି । ବ୍ଲକ ଆତ୍ମା କମିଟି ଓ କୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି ଉସôବରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରମ୍ପରିକ ରିତିନିତିରେ ପୂଜାର୍ଚ୍ଚନା କରିବା ପରେ ଅଖିମୁଠ୍ଠି ଅନୁକୂଳ କରିବା ସହ ହଳ ଲଙ୍ଗଳରେ ହଳ ବୁଲାଇ ଚାଷ କାମ ଶୁଭାରମ୍ଭ କରିଥିଲେ । ଶହଶହ ଚାଷୀଙ୍କ ଉପସ୍ଥିତିରେ ଶ୍ରୀ ଶତପଥୀ ଅଖିମୁଠି ଅନୁକୂଳ କରି ବଡଚଣା ଅଞ୍ଚଳରେ ଚଳିତ ବର୍ଷର ଚାଷ କାମର ଶୁଭାରମ୍ଭ କରିଥିଲେ । ବ୍ଲକ ଆତ୍ମା ଅଧ୍ୟକ୍ଷ ସଚ୍ଚିଦାନନ୍ଦ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୃଷକ ମେଳାରେ ଶ୍ରୀ ଶତପଥୀୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପଞ୍ଚାନନ ଧଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସୁମତୀ ବାସ୍କେ, ବିନୋଦିନୀ ସାହୁ, ବ୍ଲକ କୃଷି ଅଧିକାରୀ, ସମାଜସେବୀ ମିହିର ପ୍ରତାପ ଦାସ, ବୈଜ୍ଞାନିକ ଅନଙ୍ଗ କୁମାର ଦାଶ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିଦେ୍ର୍ଦଶକ ଆଦିକନ୍ଦ ଜେନା ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *