Home ଜିଲ୍ଲା ପରିକ୍ରମା ବ୍ଲକଗ୍ରାଂଟ ଉଚ୍ଛେଦ ଦାବିରେ ବ୍ଳକ ଆଗରେ ଗଣଧାରଣା

ବ୍ଲକଗ୍ରାଂଟ ଉଚ୍ଛେଦ ଦାବିରେ ବ୍ଳକ ଆଗରେ ଗଣଧାରଣା

111

ନୟାଗଡ଼, ୧୧ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଓଡ଼ିଶା ସ୍କୁଲ, କଲେଜ ମିଳିତ ମଂଚର ପକ୍ଷରୁ ସ୍କୁଲ କଲେଜରେ ତାଲା ବନ୍ଦ ଆନ୍ଦୋଳନ ଜାରି ରହିଥିବାବେଳେ ମଙ୍ଗଳବାର ନୟାଗଡ଼ ଜିଲ୍ଲାର ୮ଟି ଯାକ ବ୍ଳକ ଆଗରେ ଗଣଧାରଣା ଦିଆଯାଇଛି। ନୂଆଗାଁ ବ୍ଳକର ପଂଚାୟତ ସମିତି ଆଗରେ ନୂଆଗାଁ କଲେଜର ଅଧ୍ୟକ୍ଷ ଭିକାରି ଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଗଣ ଧାରଣା ଜାରି ରହିଛି। ଏଥିରେ କନ୍ଭେନର ପ୍ରଫୁଲ କୁମାର ନନ୍ଦ, ଉପଦେଷ୍ଟା ବିନୟ କୁମାର ପରିଡା ବିଭିନ୍ନ ଦାବିପତ୍ର ଉପରେ ସରକାରଙ୍କ ନଜରକୁ ଆଣିଥିଲେ। ବ୍ଳକର ସ୍କୁଲ ଓ ୬୬୨ ବର୍ଗ କଲେଜ ଏବଂ ସମସ୍ତ ଅନୁଦାନ ପ୍ରାପ୍ତ ବ୍ଳକ ଗ୍ରାଂଟ ସ୍କୁଲର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଏହି ଗଣଧାରଣାରେ ସାମିଲ ହୋଇ ସରକାରଙ୍କର ଏପରି କୁତ୍ସିତ ନୀତିକୁ କଠୋର ସମାଲୋଚନା କରିଛନ୍ତି। ସରକାର ବ୍ଳକଗ୍ରାଂଟ ଉଚ୍ଛେଦ କରି ଯୋଗଦାନ ଦିବସରୁ ପୂର୍ଣ୍ଣ ଅନୁଦାନ ଦେବା ସହ ସଂଘ ପକ୍ଷରୁ ଦାବି କରାଯାଇଛି। ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ ୨୫/୩୦ ବର୍ଷ ଧରି ବିନା ଦରମାରେ ଖଟୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ଦରମା ପାଇବାକୁ ଚାହିଁ ଚାହିଁ ଇହଧାମ କରିଥିବାବେଳେ ଆଉ କେତେକ ଅବସର ଗ୍ରହଣ କରିସାରିଲେଣି ଓ ଆଉ କେତେକ ଅବସର ନେବାକୁ ବସିଲେଣି। ସେମାନଙ୍କ ପ୍ରତି ସରକାର ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ସେମାନଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡ଼ିଲାଣି। ଯାହାକି ଗତ ୧୬ତାରିଖରୁ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଦାବି ନେଇ ସ୍କୁଲ, କଲେଜ ଛାଡ଼ି ଭୁବନେଶ୍ୱର ରାଜ ଦାଣ୍ଡରେ ଧାରଣାରେ ବସି ରହିଥିବାବେଳେ ଏବେ ସ୍କୁଲ କଲେଜରେ ତାଲା ପକାଇ ବ୍ଳକ ଆଗରେ ଧାରଣା ଦେଇଛନ୍ତି। ଏପରି ଧାରଣାରେ ଜନସାଧାରଣ ୍ବିଶେଷ କରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସରକାରଙ୍କ ନୀତିକୁ ସମାଲୋଚନା କରିବା ସହ ଧାରଣାରେ ସାମିଲ ହେବାକୁ ମତ ରଖିଛନ୍ତି। ସ୍କୁଲ, କଲେଜରେ ଛାତ୍ରଛାତ୍ରୀମାନଙ୍କର ଗଣେଶ ପୂଜା ସର୍ବାଗ୍ରେ ଥିବାବେଳେ ଏଥର ଏହି ପରିସରଭୁକ୍ତ ସ୍କୁଲ, କଲେଜମାନଙ୍କରେ ଗଣେଶ ପୂଜା ହୋଇପାରୁନଥିବା ବିଡମ୍ବନାର ବିଷୟ ହୋଇଛି। ସରକାର ଯଦି ଦାବି ଉପରେ କୌଣସି ଗୁରୁତ୍ୱ ନଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଦୁର୍ବାର କରାଯିବ ବୋଲି ସଂଘ ପକ୍ଷରୁ ତେତାବନୀ ଦିଆଯାଇଛି। ଏହି ଧାରଣାରେ ନୂଆଗଁ ବ୍ଳକ ଅଧୀନ ନୂଆଗାଁ ମହାବିଦ୍ୟାଳୟ, ମାଳିସାହି ଗତିଶ୍ୱର ଜୁନିଅର କଲେଜ, ଗତିଶ୍ୱର ଡିଗ୍ରୀ କଲେଜ, ଦଧିବାମନଜୀଉ ବାହାଡ଼ାଝୋଲା କଲେଜ, ବାହାଡାଝୋଲା ଡିଗ୍ରୀ କଲେଜ, ମୀନକେତନ ମେମୋରିଆଲ ସଂସ୍କୃତ କଲେଜ, କୋରଡ଼ା ପଂଚାୟତ ହାଇସ୍କୁଲ, ନୂଆଗାଁ ମହିଳା ଉଚ୍ଚବିଦ୍ୟାଳୟ, ସଂପଡ଼ା ଚିନ୍ତାମଣି ବିଦ୍ୟାପୀଠ, ସିଂଗାରପଲ୍ଳୀ ଗ୍ରାମ ପଂଚାୟତ ହାଇସ୍କୁଲ, ଢେଙ୍କେଣା ହାଇସ୍କୁଲ, ଡିମିରିପଲ୍ଲୀ ଆଂଚଳିକ ହାଇସ୍କୁଲ, ଜାକେଡ଼ା ଜିପି ହାଇସ୍କୁଲ, ହରିହରପୁର ସୋମନାଥଦେବ ବିଦ୍ୟାପୀଠ, ବଡ଼ଗୋଠ ଏମଇ ସ୍କୁଲ, ବନ୍ଧଭୂଇଁ ଏମଇ ସ୍କୁଲ, କୃଷ୍ଣଚନ୍ଦ୍ରପୁର ଏମଇ ସ୍କୁଲ, ଗୁମି ୟୁପି ସ୍କୁଲ, ବଳଭଦ୍ରପୁର ଏମଇ ସ୍କୁଲର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗ ଦେଥିଲେ। ସେହିପରି ଜିଲାର ୮ଟି ଯାକ ବ୍ଳକ ଆଗରେ ମିଳିତ ମଂଚ ପକ୍ଷରୁ ଗଣାଧାରଣା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.