ଜିଲ୍ଲା ପରିକ୍ରମା

ବ୍ରେଥ୍ ଅନଲାନ ସାହଯ୍ୟରେ ମଦ୍ୟପ ଡ୍ରାଇଭରଙ୍କ ପରୀକ୍ଷା, ପୋଲିସଦ୍ୱାରା ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ

ବାହାନଗା/ ବାଲେଶ୍ୱର, ୨୩/୦୭(ଓଡ଼ିଆପୁଅ/ଭାରତୀ ଦାସ)- ଭଦ୍ରକ ଜିଲ୍ଲା ରାଣୀତାଲ ଠାରେ ଘଟିଥିବା ଟ୍ରକ ଟ୍ରାଜେଡ଼ି ପରେ ମଦ୍ୟପ ଗାଡ଼ିଚାଳକ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଅବସରରେ ୧୬ନଂଜାତୀୟ ରାଜପଥ ସେରଗଡ଼ ଟୋଲଗେଟ ନିକଟରେ ଖନ୍ତାପଡ଼ା ଥାନା ପୋଲିସ ପକ୍ଷରୁ ମଦ୍ୟପ ଚାଳକ ମାନଙ୍କୁ ଧରିବା ପାଇଁ ବ୍ରେଥି ଅନଲାଇନ ସାହାଯ୍ୟରେ ଇଥାଇଲ ଆଲକୋହଲ ପରୀକ୍ଷା କରାଯାଇଛି। ଏହି ପରୀକ୍ଷାରେ ବାଲେଶ୍ୱରରୁ ପିକଅପ ନେଇ ଫେରୁଥିବା ସୋର ଥାନା ଅଧିନ ବାଜଣା ଗ୍ରାମର ରାମଚନ୍ଦ୍ର ସାମଲଙ୍କ ପୁଅ ନିରଞ୍ଜନ (୩୫)ବିଫଳ ହୋଇଥିବାର ଜଣାପଡ଼ିଥିଲା। ତେବେ ନିରଞ୍ଜନଙ୍କର ଏହି ବିଫଳରେ ତାଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ପୋଲିସ ପକ୍ଷରୁ ବାଲେଶ୍ୱର ଆରଟିଓଙ୍କୁ ଅବଗତ କରାଯାଇଛି। ଖନ୍ତାପଡ଼ା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଏଏସଆଇ ଗୌରହରି ଦାସ. ଅଭିମନ୍ୟୁ ଦାସ ମୋଟ ୧୪ଜଣଙ୍କର ଟେଷ୍ଟ କରିଥିବାର ଜଣାପଡ଼ିଛି। ନୂତନ ଆଇଆଇସି ଶ୍ରୀ ସାହୁଙ୍କର ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବାର ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top