ଓଡ଼ିଶା

ବ୍ରିଟେନରେ ପ୍ରବାସୀଙ୍କ ବିରାଟ ସମାବେଶ : ଓଡ଼ିଶାର ବୈଭବ ସ୍ପନ୍ଦିତ

ସମ୍ବଲପୁର, ୪/୯ (ଓଡ଼ିଆ ପୁଅ) – ବ୍ରିଟେନର ଦାରୱେନ୍, ବ୍ଲାକବର୍ଣ୍ଣ ଠାରେ ୟୁନାଇଟେଡ଼ କିଙ୍ଗଡ଼ମ୍ ଓଡ଼ିଆ ସୋସାଇଟୀ ପକ୍ଷରୁ ୩୯ତମ ବାର୍ଷିକ ସମାବେଶ ଅବସରରେ ‘ଓଡ଼ିଶାର ତାଳ (ରିଦମ୍ )’ ସମାରୋହ ସହକାରେ ଆୟୋଜିତ ହୋଇଯାଇଛି। ଏଠାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ, ପିଠାପଣା, ହସ୍ତତନ୍ତ, ହସ୍ତଶିଳ୍ପ, ନୃତ୍ୟ, ସଙ୍ଗୀତ ସହିତ ୨ ଦିନ ଧରି ରାଜ୍ୟ କଳା ଓ ସଂସ୍କୃତି ପ୍ରତିବିମ୍ବିତ ହେବା ସଙ୍ଗେ ସଙ୍ଗେ ଝଙ୍କୃତ ହୋଇଥିଲା। ଡା. ସନ୍ଦୀପ ନାୟକ ଏବଂ ମମତା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପାରମ୍ପରିକ ପରିଧାନ ପିନ୍ଧି ରେକର୍ଡ଼ ସଂଖ୍ୟକ ପ୍ରବାସୀ ଓଡ଼ିଆ ଭାଗ ନେଇଥିଲେ। କେନିଆର ସାଂସଦ ଡା. ସ୍ୱରୂପ ମିଶ୍ର, ଓଡ଼ିଶାର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ୱାଳ ଏବଂ ଡ. ଅଚ୍ୟୁତ ସାମନ୍ତ, ଦାରୱେନରେ ଭାରତର କନସଲ ଜେନେରାଲ ଡ. ଅମନ ପୁରୀ ଏଥିରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରବାସୀ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଓଡ଼ିଆ ପରିବାରର ସଦସ୍ୟମାନେ ଉତ୍ସାହର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିରେ କାଳୀଯାଇ ଗୀତିକଥାକୁ ନିଖୁଣ ଭାବରେ ମଞ୍ଚସ୍ଥ କରାଯାଇଥିଲା। ସେହିଭଳି ସମ୍ବଲପୁରର ୧୨ ଜଣିଆ ସାଂସ୍କୃତିକ ଦଳ ଉକିଆ ଅନୁଷ୍ଠାନ ପକ୍ଷରୁ ଦୁଲଦୁଲି, ନିଶାନ୍, ତାସା ପ୍ରଭୃତି ବାଦ୍ୟଯନ୍ତ୍ର ଓ ସ୍ୱରରେ ସମ୍ବଲପୁରୀ ସାଂସ୍କୃତିକ ବୈଭବ ଉତ୍ଥାପନ କରିଥିଲେ। ଏହି କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ଡାଲଖାଇ ଓ ରଙ୍ଗବତୀ ଦର୍ଶକମାନଙ୍କୁ ଝୁମେଇ ଦେଇଥିଲା। ଓଡ଼ିଶାର ରିମିଲି ମହାନ୍ତି ଓଡ଼ିଶା ହସ୍ତତନ୍ତର ଫେସନ ସୋକୁ ପ୍ରଥମ କରି ବ୍ରିଟେନରେ ପ୍ରଦର୍ଶନ କରିଥିଲେ। ମାଞ୍ଚେଷ୍ଟରର ବ୍ୟାଣ୍ଡ ‘ରେନ୍ ବୋ ରାଗସ୍ ’ର ୧୦ ଜଣିଆ ସଦସ୍ୟ ସଦସ୍ୟାଙ୍କ ଗହଣରେ ପ୍ରତିଭାବାନ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀଙ୍କ ସଙ୍ଗୀତ ପରିବେଶଷଣ କରାଯାଇଥିଲା। ଉଦ୍ ଘାଟନୀ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଡ. କୈଳାସ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଡ. ଦେବକାନ୍ତ ବେହେରା ବିବରଣୀ ପାଠ କରିଥିଲେ। ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତିରେ ‘ପୋଟଲି’ର ଖାଦ୍ୟ ସାମଗ୍ରୀ ଏବଂ ଉତ୍ତମ ତ୍ରିପାଠୀଙ୍କ ଶବ୍ଦ ଓ ଦୃଶ୍ୟ ସଂଯୋଜନା ପ୍ରଶଂସନୀୟ ହୋଇଥିଲା। ଏହି ଅବସରରେ ସଂଗଠନର ମୁଖପାତ୍ର ‘ଉଡ୍ଡିୟାନ୍ ’କୁ ଅତିଥି ଏବଂ କର୍ମକର୍ତ୍ତାମାନେ ଉନ୍ମୋଚନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top