ଅନୁଗୁଳ

ବ୍ରାହ୍ମଣୀ ନଦୀରେ ବିସର୍ଜନ ହେଲା ସ୍ୱର୍ଗତ ବାଜପେୟୀଙ୍କ ଚିତାଭସ୍ମ

ଅନୁଗୋଳ, ୨୭/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ତାଳଚେରରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ବ୍ରାହ୍ମଣୀ ନଦୀରେ ଏହି ସମ୍ମାନନୀୟ ପୂଣ୍ୟାତ୍ମାଙ୍କର ଚିତାଭସ୍ମ ବିସର୍ଜନ କରାଯାଇଛି। ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ଆଜି ସକାଳୁ ସ୍ୱର୍ଗତ ବାଜପେୟୀଙ୍କ ଚିତାଭସ୍ମକୁ ସୁସଜ୍ଜିତ ଗାଡ଼ିରେ ଏକ ଶୋଭାଯାତ୍ରାରେ ତାଳଚେରକୁ ଅଣାଯାଇଥିଲା। ନାଲକୋ, ବଅଁରପାଳ, ଚାଇଁପାଳ ଆଦି ଅଂଚଳ ପରିକ୍ରମା କରି ଚିତା ଭସ୍ମ ବହନକାରୀ ଶୋଭାଯାତ୍ରା ପ୍ରଥମେ ତାଳଚେର ପବିତ୍ର ମୋହନ ମାର୍ଗ ଠାରେ ପହଂଚିଥିଲା। ସେଠାରେ ଦଳୀୟ କାର୍ଯ୍ୟକର୍ତା, ସମର୍ଥକ, ବାଜପେୟୀଙ୍କୁ ମନପ୍ରାଣରେ ଭଲ ପାଉଥିବା ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହାପରେ ତାଳଚେର ଟାଉନ ରାମଚନ୍ଦ୍ର ବଜାର, ଅନ୍ୟାନ୍ୟ ଅଂଚଳ ଦେଇ ତାଳଚେର କୋର୍ଟ ପରିସରରେ ପହଂଚିଥିଲା। ବହୁ ଆଇନଜୀବୀ ସ୍ୱର୍ଗତ ବାଜପେୟୀଙ୍କ ଚିତା ଭସ୍ମକୁ ସମ୍ମାନ ଜଣାଇଥିଲେ। ପରେପରେ ଶୋଭାଯାତ୍ରା ତାଳବେଡ଼ା ଓ ଗୋଡ଼ିବନ୍ଧ ଦେଇ ସମଲ ବ୍ୟାରେଜ ଠାରେ ପହଂଚିଥିଲା। ବାଜପେୟୀ ଜୀ ଅମର ରହେ..ଧ୍ୱନୀରେ ଚତୁର୍ଦିଗ ପ୍ରକ୍ୱମ୍ପିତ ହୋଇଥିଲା। ଏହି ଉପଲକ୍ଷେ ସମଲ ବ୍ୟାରେଜ ନିକଟସ୍ଥ ବାହ୍ମଣୀ ନଦୀ ଘାଟଠାରେ ଏକ ଅସ୍ଥି କଳସ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ଧର୍ମର ଆନୁଷ୍ଠାନିକ ରୀତିନୀତି ଅନୁସାରେ ହୋମ, ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ପାଣିଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ବାଜପେୟୀପ୍ରେମୀ ମସ୍ତକ ମୁଣ୍ଡନ କରିଥିଲେ। ଏହାପରେ ଚିତା ଭସ୍ମକୁ ବ୍ରାହ୍ମଣୀ ଜଳରେ ବିସର୍ଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନ, ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ପ୍ରକାଶ ମହାରଣା, ଯଯାତୀ ପଟ୍ଟନାୟକ, ତାଳଚେର ଓକିଲ ସଂଘ ସଭାପତି ଦୟା ସାଗର ମିଶ୍ର, ପର୍ଶୁରାମ ବାରିକ, ଯଶୋବନ୍ତ ଦାସଙ୍କ ସମେତ ଶହ ଶହ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତା ଏବଂ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top