ବ୍ରାହ୍ମଣୀ ନଦୀରୁ ବାଲି ଉଠାଣ, ରାଜସ୍ୱ ହରାଉଛି ପ୍ରଶାସନ

ଯାଜପୁର-୫/୭(ଓଡିଆ ପୁଅ/ଏ.ରାଉତ) କିଛି ବାଲି ମାଫିଆ ବେଆଇନ ଭାବେ ବ୍ରାହ୍ମଣୀ ନଦୀରୁ ବାଲି ଉଠାଇ ବିକ୍ରି କରିବା ଅଭିଯୋଗ ହୋଇଛି। ବରୀ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୈାଧୁରୀ ମହାବିଦ୍ୟାଳୟ ପଛରେ ଥିବା ବାଲି ଘାଟରୁ ପ୍ରତିଦିନ ବହୁ ପରିମାଣର ବାଲି ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିବା ଜଣାଯାଇଛି। କିଛି ବ୍ୟକ୍ତି ଟ୍ରାକ୍ଟର ଲଗାଇ ଏହି ସ୍ଥାନରୁ ବାଲି ନେଇ ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି। ଏହି ଘାଟଟି ସରକାରୀ ଭାବେ ନିଲାମ ହୋଇ ନଥିବା ଜାଣିବାକୁ ମିଳିଛି। ଫଳରେ ବରୀ ତହସିଲ ପ୍ରଶାସନର ବିପୁଳ ରାଜସ୍ୱ ହାନି ହେଉଛି। ଏ ନେଇ ବରୀର ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି। ଅପରପକ୍ଷେ ଏହି ଘାଟରୁ ବିପୁଳ ପରିମାଣର ବାଲି ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିବାରୁ ଏହା ନିକଟରେ ଥିବା ନଦୀ ବନ୍ଧ ମଧ୍ୟ ଖୋଳି ହୋଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଯାହା ଗମନାଗମନରେ ବାଧା ସୃଷ୍ଟି କରିବା ସହିତ ବନ୍ୟା ସମୟରେ ବିପଦର କାରଣ ହେବାର ଆଶଂକା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *