ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ପ୍ରସଙ୍ଗ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୯.୭.୨୦୧୩ରେ କୋଏଲ୍ ନଦୀ ଉପରେ ବ୍ୟାରେଜ୍ ଓ ସେତୁ ନିର୍ମାଣ ପାଇଁ ଭିତି ପ୍ରସ୍ତର ପରେ କାମରେ ଅଗ୍ରଗତି ହୋଇନାହିଁ କାହିଁକି? :ବିଜେପି

 

– ରାଉରକେଲା ଉପକଣ୍ଠରେ ୪୪୬ କୋଟି ଟଙ୍କା ବ୍ୟୟ ବରାଦରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଇସ୍ପାତ ନଗରୀ ରାଉରକେଲାର ପାନୀୟ ଜଳ ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବ ବୋଲି ଏହି ଭିତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ
– କୋଏଲ୍ ନଦୀରେ ୨୦୧୩ରେ ଭିତିପ୍ରସ୍ତର ଓ ୨୦୧୭ ମସିହା ଶେଷ ସୁଦ୍ଧା କାମର ଅଗ୍ରଗତି ନୁହେଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ନହେବା ମୁଖ୍ୟମନ୍ତ୍ରୀଙ୍କର କଠିନ ପରିଶ୍ରମର ଫଳ କି?
– ବ୍ରାହ୍ମଣୀ ଦ୍ୱିତୀୟ ସେତୁ ମାମଲାରେ କେନ୍ଦ୍ରକୁ ଗାଳି ଦେବା ବଦଳରେ ମୁଖ୍ୟମନ୍ତ୍ରୀ ନିଜ ଅଫିସରମାନଙ୍କ ସହିତ ପ୍ରକଳ୍ପର ସମୀକ୍ଷା କରି ଜଙ୍ଗଲ ଆଇନ ସମ୍ବଦ୍ଧରେ ଥିବା ବୈଧାନିକ ଅନୁମତି ପ୍ରଥମେ ପ୍ରଦାନ କରନ୍ତୁ
– କେନ୍ଦ୍ରର ଅବହେଳା ଯୋଗୁଁ ନୁହେଁ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ବିଳମ୍ବିତ
– ପୋଲ ନିର୍ମାଣ ବିଳମ୍ବିତ ହୋଇଥିବା ତଥ୍ୟ ସାର୍ବଜନୀନ ହେବା ପରେ ମୁଖ୍ୟମନ୍ତ୍ରୀ ଆଉ ନାଟକ ନକରି ରାଜ୍ୟ ସରକାରଙ୍କ ସଂବଧିତ ଅନୁମତି ପ୍ରଦାନ କରନ୍ତୁ

ଭୁବନେଶ୍ୱର, ତା.୦୫/୧୨ (ଓଡ଼ିଆ ପୁଅ) : ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ପ୍ରସଙ୍ଗରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ ନେଇ ପ୍ରଶ୍ନ ଉଠାଇଛି ବିଜେପି।

ଏକ ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୯.୭.୨୦୧୩ରେ କୋଏଲ୍ ନଦୀ ଉପରେ ବ୍ୟାରେଜ୍ ଓ ସେତୁ ନିର୍ମାଣ ପାଇଁ ଭିତି ପ୍ରସ୍ତର ଦିଆଯାଇଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ସର୍ଭେ ଓ ଅନୁସନ୍ଧାନରେ ପ୍ରକଳ୍ପ କାମ କାହିଁକି ସୀମିତ ରହିଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ଏହା ସହ ବିଧାନସଭାରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତରକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ କରିଛନ୍ତି ଶ୍ରୀ ମହାନ୍ତି।

କୋଏଲ୍ ନଦୀ ଉପରେ ରାଉରକେଲା ଉପକଣ୍ଠରେ ୪୪୬ କୋଟି ଟଙ୍କା ବ୍ୟୟ ବରାଦରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଇସ୍ପାତ ନଗରୀ ରାଉରକେଲାର ପାନୀୟ ଜଳ ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବ ବୋଲି ଏହି ଭିତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ପ୍ରତିଶୃତି ଦେଇଥିବା ବେଳେ ଏହି କାମ କାହିଁକି ଆଗେଇ ପାରିନାହିଁ ଏ ସମ୍ବଦ୍ଧରେ ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।

କୋଏଲ୍ ନଦୀରେ ୨୦୧୩ରେ ଭିତିପ୍ରସ୍ତର ଓ ୨୦୧୭ ମସିହା ଶେଷ ସୁଦ୍ଧା କାମର ଅଗ୍ରଗତି ନୁହେଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ନହେବା ମୁଖ୍ୟମନ୍ତ୍ରୀଙ୍କର କଠିନ ପରିଶ୍ରମର ଫଳ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ମାମଲାରେ କେନ୍ଦ୍ରକୁ ଗାଳି ଦେବା ବଦଳରେ ମୁଖ୍ୟମନ୍ତ୍ରୀ ନିଜ ଅଫିସରମାନଙ୍କ ସହିତ ପ୍ରକଳ୍ପର ସମୀକ୍ଷା କରି ଜଙ୍ଗଲ ଆଇନ ସମ୍ବଦ୍ଧରେ ଥିବା ବୈଧାନିକ ଅନୁମତି ପ୍ରଥମେ ପ୍ରଦାନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

କେନ୍ଦ୍ରର ଅବହେଳା ଯୋଗୁଁ ନୁହେଁ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ବିଳମ୍ବିତ ହୋଇଥିବା ତଥ୍ୟ ସାର୍ବଜନୀନ ହେବା ପରେ ମୁଖ୍ୟମନ୍ତ୍ରୀ ଚୁପ୍ ନବସି ରାଜ୍ୟ ସରକାରଙ୍କ ସଂବଧିତ ଅନୁମତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନିର୍ମାଣରେ ପ୍ରତିବନ୍ଧକ ହେବା ବଦଳରେ ମୁଖ୍ୟମନ୍ତ୍ରୀ ସହାୟକ ହେଲେ ରାଉରକେଲା ଓ ସୁନ୍ଦରଗଡ଼ ସମେତ ଓଡ଼ିଶାବାସୀ ଲାଭବାନ ହୋଇପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଓ ଶ୍ରୀ ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *