ବ୍ରାହ୍ମଣୀ ଆନେ୍ଦାଳନର ଅଗ୍ରଗତିରେ ସରକାରୀ ପଦକ୍ଷେପର ତତ୍ପରତା

କେନ୍ଦ୍ରାପଡା ୧୪/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ବ୍ରାହ୍ମଣୀ ବନ୍ୟାରୁ କ୍ଷତିଗ୍ରସ୍ତଙ୍କୁ ସୁରକ୍ଷା ସହ ବ୍ରାହ୍ମଣୀ ଓ ତା’ର ଶାଖା ନଦୀକୁ ଚିରସ୍ରୋତା କରିବା ପାଇଁ ନଦୀ ଖନନ ନିମନ୍ତେ କେନ୍ଦ୍ରାପଡାର ଜନମଂଚ ଓ ଯାଜପୁରର ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ପକ୍ଷରୁ ମିଳିତ ଆନେ୍ଦାଳନ ପରିପ୍ରେକ୍ଷିରେ ସରକାର ସମ୍ପ୍ରତି ବ୍ରାହ୍ମଣୀ ଓ ଖରସ୍ରୋତାକୁ ଆବଶ୍ୟକତା ଅନୁସାରେ ବନ୍ୟାଜଳ ଓ ଅଣ ମୈାସୁମୀ କାଳରେ ଜଳ ବଣ୍ଟନ ପାଇଁ ପଦକ୍ଷେପ ନେବା ସହ ମଦନପୁର କଟ ଖୋଲିବା ନିମନ୍ତେ ପଦକ୍ଷେପ ନେଉଥିବା ଜଣାଯାଇଛି । ଏହି ସରକାରୀ ପଦକ୍ଷେପର ସମୀକ୍ଷା ପାଇଁ ଉଭୟ ଜିଲ୍ଲା ଓ ସଂଗଠନର ନେତୃବୃନ୍ଦ ପ୍ରାଧ୍ୟାପକ ଦୁର୍ଯେ୍ୟାଧନ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯାଜପୁରର ଲୋକନାଥ ଦାସ,ସୁରମୋହନ ମହାପାତ୍ର ଓ କେନ୍ଦ୍ରାପଡାର ବାବାଜୀ ଧଳ,ରମଣୀରଞ୍ଜନ ରାଉତରାୟ,ରବିନ୍ଦ୍ର ପରିଡା,ଦେବବ୍ରତ ପ୍ରଧାନ,ଅକ୍ଷୟ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମଦନପୁର କଟ ସମ୍ପର୍କରେ ଆଳି ତଟରକ୍ଷା ବନ୍ୟା ନିରୋଧ ବିଭାଗର ନିର୍ବାହୀ ଯନ୍ତ୍ରୀ,କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ,କଟକ – ୧ ସର୍କଲର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବା ସହ ଜେନାପୁର ଠାରୁ କାଇପଡା ପର୍ଯ୍ୟନ୍ତ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ବିଭାଗ ଆସନ୍ତା ୧୬ତାରିଖରେ ପରିଦର୍ଶନ କରୁଥିବା କଥା ବୈଠକରେ ଆଲୋଚିତ ହୋଇଥିଲା । ଏହି ସକରାତ୍ମକ ପଦକ୍ଷେପରେ ସରକାରଙ୍କୁ ଧନ୍ୟବାଦ ପ୍ରଦାନ ସହିତ ଜନସାଧାରଣ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହ ଯୋଗ କରିବା ପାଇଁ ବୈଠକରେ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *