ଓଡ଼ିଶା

ବ୍ରାହ୍ମଣଛାଇରେ ପୁଣି ଗଡିଲା ମୁଣ୍ଡ

ହିଞ୍ଜିଳି ୬-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଶେରଗଡ଼ ବ୍ଲକ୍ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମରେ ଗତ ଶନିବାର ଅପରାହ୍ନରେ ଗୋଷ୍ଠି ସଂଘର୍ଷରେ ପୁଣି ଏକ ମୁଣ୍ଡ ଗଡିଛି ଏହି ଘଟଣାରେ ଅନ୍ୟ ଏକ ଗୁରୁତ୍ୱ ଆହତ ହୋଇଛନ୍ତି ମୃତକ ଜଣକ ବ୍ରାହ୍ମଣଛାଇର ବୁଲୁ ପାହାନ (୩୧) ଓ ଆହତ ଜଣକ ବନା ନାହକ ଗୁରୁତ୍ୱର ବନା ବ୍ରହ୍ମପୁର ବଡ଼ ମେଡ଼ିକାଲ ଚିକିତ୍ସିତ। ପ୍ରକାଶ ଥାଉକି ଗତ ଶନିବାର ୨ଘଣ୍ଟା ସମୟରେ ବନା ବିଲରୁ ଘରକୁ ଫେରୁଥିଲେ ସେହି ସମୟରେ ବନା ସହିତ ପୁର୍ବରୁ ଶତୃତା ଥିବା ଏକ ଗୋଷ୍ଠିର ୪ ଜଣ କାତି ଧରି ନିକଟସ୍ତ ମୋଵାଇଲ୍ ଟାୱ।ର ନିକଟ ମଦ ଦୋକାନରେ ଛପି ରହିଥିଲେ। ବନା କିଛି ବୁଝିବା ପୁର୍ବରୁ ହଠାତ୍ ଆକ୍ରମଣ କରିଥିଲେ। ବନାଙ୍କ ପାଟିଶୁଣି ପାଖରେ ଥିବା ବୁଲୁ ବୁଲୁଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ଏହି ସମୟରେ ଆକ୍ରମଣକାରୀମାନେ ବନାକୁ ଛାଡ଼ି ବୁଲୁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବୁଲୁ କ୍ଷତାକ୍ତ ହୋଇ ତଳେ ପଡ଼ି ଯାଇଥିଲେ। ବୁଲୁ ମରିଯାଇଛି ଭାବି ଆକ୍ରମଣକାରିମାନେ ଘଟଣାସ୍ଥଳ ଚମ୍ପଟ ମାରିଥିଲେ। ଦୁଇ ଆହତଙ୍କୁ ପରିବାରବର୍ଗ ହିଞ୍ଜିଳିକାଟୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଦୁଇ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଖବରପାଇ ହିଞ୍ଜିଳି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗୋଷ୍ଠି ସଂଘର୍ଷ ଆଶଙ୍କାରେ ଉଭୟ ଗୋଷ୍ଠି ଉପରେ ନଜର ରଖାଯାଇଛି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top