ଓଡ଼ିଶା

ବ୍ରାଉନସୁଗାର ସହ ମହିଳା ଗିରଫ : ୧ ଲକ୍ଷ ୬୬ ହଜାର ଜବତ, ୬ ବର୍ଷ ହେଲା ଚାଲିଥିଲା କାରବାର

ରାଉରକେଲା ୧୩/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ପୁଲିସ ହାତରେ ଧରା ପଡ଼ିଛି ବ୍ରାଉନସୁଗାର ଚାଲାଣ ରାକେଟ। ଏହି କାରବାର ଜଣେ ମହିଳା ଦୀର୍ଘ ୬ ବର୍ଷ ଧରି ଅନାୟସରେ ଚଳାଇ ଆସୁଥିଲେ। ଗତକାଲି ପ୍ଲାଂଟସାଇଟ ପୁଲିସ ଉକ୍ତ ମହିଳାଙ୍କୁ ସହରର ସାତ ତାଲା ଛକ ନିକଟରେ କାବୁ କରିଥିଲା। ଗିରଫ ମହିଳାଙ୍କ ନାମ ନୁରେଶା ଖାତୁନ ଓରଫ ମଧୁ(୪୬)। ସେ ଶାରଳା ମାର୍କେଟ ମୀନାପଡ଼ାରେ ବାସ କରନ୍ତି। ତାଙ୍କ ଠାରୁ ପୁଲିସ ୧ଲକ୍ଷ ୬୬ ହଜାର ଟଙ୍କା ଜବତ କରିଛି। ପ୍ଲାଂଟ ସାଇଟ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏସପି ପିକେ ମିଶ୍ର ସୂଚନା ଦେଇଥିଲେ ଯେ, ମହମ୍ମଦ ସଲାଉଦିନ ଖାନଙ୍କ ପତ୍ନୀ ନୁରେଶା ଗତ ୬ ବର୍ଷ ହେଲା ଖଡ଼ଗପୁରରୁ ଚୋରାରେ ବ୍ରାଉନସୁଗାର ଆଣି ଏଠାରେ ବିକ୍ରି କରି ଆସୁଥିଲେ। ନୁରେଶା ଟ୍ରେନରୁ ଖଡ଼ଗପୁରରୁ ରାଉରକେଲା ଆସୁଥିବା ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ପୁଲିସ ନୁରେଶାକୁ କାବୁ କରିବା ଲାଗି ଜାଲ ବିଛାଇଥିଲେ। ନୁରେଶା ଚାଲି ଚାଲି ମୀନାପଡ଼ା ଯାଉଥିବା ବେଳେ, ମହିଳା ପୁଲିସ କର୍ମୀ ମାନେ ତାଙ୍କୁ ଅଟକାଇ ଖାନତଲାସି କରିବା ସହ ବ୍ରାଉନସୁଗାର ସହ ତାଙ୍କୁ ଗିରଫ କରିଥିଲେ। ଜବତ ହୋଇଥିବା ବ୍ରାଉନସୁଗାର ୧୯.୯୧ ଗ୍ରମା ହୋଇଥିବା ବେଳେ, ଏହାର ଆନୁମାନିକ ମୁଲ୍ୟ ୨ ଲକ୍ଷ ବୋଲି ପୁଲିସ ପ୍ରକାଶ କରିଛି। ସାଧାରଣତଃ ସହରର ଯୁବପିଢୀ ମାନେ ଏହି ବ୍ରାଉନସୁଗାର ପ୍ରତି ଆକର୍ଷିତ ହୋଇ ଉକ୍ତ ମହିଳାଙ୍କୁ ଯୋଗାଯୋଗ କରି ବ୍ରାଉନସୁଗାର କ୍ରୟ କରୁଥିଲେ। ଏହି ଘଟଣାରେ ଆଉ ୬ ଜଣ ଫେରାର ଅଛନ୍ତି। ପୁଲିସ ଏମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି। ପ୍ଳାଟସାଇଟ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ଓ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top