ବ୍ରହ୍ମାଙ୍କ କାଳ ଗଣନା ଦିନକୁ ନବବର୍ଷ ଭାବେ ପାଳନ କରାଯାଏ

ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଶ୍ରୀଗୁଣ୍ଡିଚା ଆଧ୍ୟତ୍ମିକ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥୀରେ ଦେଉଳି ମଠ ଠାରେ ରାଷ୍ଟ୍ରିୟ ନବବର୍ଷ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଅନୁଷ୍ଠିତ ଉତ୍ସବରେ ଉଦଘାଟକ ଭାବେ ବରିଷ୍ଠ ଦଇତାପତି ସେବକ ରଘୁନାଥ ଦାସ ମହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ହିନ୍ଦୁ ଆଧ୍ୟାତ୍ମିକ ସେବା ପ୍ରତିଷ୍ଠାନ ଓଡିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା। ସେ କହିଲେ ରାଷ୍ଟ୍ରିୟ ନବବର୍ଷ ଉତ୍ସବ ସମଗ୍ର ଭାରତ ବର୍ଷରେ ଆଧ୍ୟତ୍ମିକ ଜାଗରଣ ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଥାଏ। ଭାରତର ଏକତିାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏହି ନବବର୍ଷ ଦିବସଟି ସର୍ବତ୍ର ପାଳନ ହେବା ଉଚିତ। ମା’ ଓ ମାଟିର ସମ୍ମାନ ସହିତ ନବବର୍ଷର ସଂପର୍କ ରହିଛି। ମୁଖ୍ୟବକ୍ତା ଭାବେ ଓଡିଶାର ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ସଭାପତି ଡଃ ହରପ୍ରସାଦ ମିଶ୍ର ଯୋଗ ଦେଇ କହିଲେ ଚୈତ୍ର ଶୁକ୍ଲ ରାଷ୍ଟ୍ରିୟ ନବବର୍ଷ ତିଥୀରୁ ବ୍ରହ୍ମାଙ୍କ କାଳ ଗଣନା ଆରମ୍ଭ ହୋଇଥାଏ। ହସ୍ତନାପୁରର ମହାରାଜ ଯୁଦ୍ଧିଷ୍ଠିର, ଅଯୋଧ୍ୟାର ରାଜା ରାମଚନ୍ଦ୍ର, ଓ ଭୋଜ୍ୟ ବଂଶର ରାଜା ବିକ୍ରମାଦିତ୍ୟ ଏହି ଦିନ ରାଜଭିକେଷରେ ଅଭିସିକ୍ତ ହୋଇଥିବାରୁ ଏହି ଦିବସକୁ ବିକ୍ରମ ସମ୍ବତ ଦିବସ ବୋଲି କୁହାଯାଏ। ସମ୍ମାନତ ଅତିଥୀ ଭାବେ ଡଃ ପ୍ରଫେସର ଭୂୟାଁ, ଗୋପ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପରିଡା, ସାମ୍ବାଦିକ ସତ୍ୟ ପଣ୍ଡା ଓ ପଣ୍ଡିତ ତ୍ରିଲୋଚନ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମର ସଂଯୋଜକ ମଦନମୋହନ ମହାପାତ୍ର, ଆଲୋଚନା ଚକ୍ର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ଟ୍ରଷ୍ଟର ସଦସ୍ୟ ଶିବ ସୁନ୍ଦର ମିଶ୍ର ଆଲୋଚନା କୁ ସଂଯୋଜନା କରିଥିଲେ। ଆଲୋଚକ ଭାବେ ନାରାୟଣ ନନ୍ଦ, ଅଧ୍ୟାପକ ଲକ୍ଷ୍ମୀଧର ମିଶ୍ର, ସର୍ବେଶ୍ôର ଷଢଙ୍ଗୀ, ନଳୀନୀ ପଣ୍ଡା, ଅର୍ତେତ୍ରାଣ ମାନସିଂହ, ଦୟାନିଧୀ ପଣ୍ଡା, ପ୍ରଭାତ ଚନ୍ଦ୍ର ରଥ, ଅରେକୃଷ୍ଣ ପ୍ରଧାନୀ, ରମେଶ ଚନ୍ଦ୍ର ଦାଶ, ସୂର୍ଯ୍ୟନାରାୟଣୀ ପାଣିଗ୍ରାହୀ, ଜୟନ୍ତ ମହାପାତ୍ର, ଅଶୋକ କୁମାର ଆଢ୍ୟ ପ୍ରମୁଖ ଅଂଶ ଗ୍ରହଣ କରି ନବବର୍ଷର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ପରିଡା, ଶ୍ରୀଯୁକ୍ତ ରଥ, ଶ୍ରୀଯୁକ୍ତ ମିଶ୍ର, ଓ ଶ୍ରୀଯୁକ୍ତ ଷଢଙ୍ଗୀ, ଶ୍ରୀ ଗୁଣ୍ଡିଚା ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା। କବି ଯୋଗେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *