ଜିଲ୍ଲା ପରିକ୍ରମା

ବ୍ରହ୍ମାକୁମାରୀଜ୍ ର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସର ୪୨ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, ତା ୨୬ା୧ା୨୦୧୮ରିଖ (ଓଡ଼ିଆ ପୁଅ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ୟୁନିଟ୍-୯, ଭୁବନେଶ୍ୱର ଆନୁକୂଲ୍ୟରେ ମୁଖ୍ୟ ସେବାକେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ପାଳିତ ବହୁ ଧୁମ୍ଧାମରେ ପାଳନ କରାଯାଇଛି। ଦ୍ୱୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ସକାଳ ୭ଟାରେ ପ୍ରଥମେ ଜାତୀୟ ପତାକା ଓ ଶିବ ବାବାଙ୍କ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀଯୁକ୍ତ ଅଜୟ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପିପିଲି ମହାବିଦ୍ୟାଳୟର ଅଧ୍ୟାପିକା ଡଃ ପ୍ରତିଭା ମହାରଥି, ସମ୍ମାନୀୟ ଅତିଥି ରୂପେ ବରିଷ୍ଠ ଆଇନ୍ଜୀବୀ କୈଳାସ ଚନ୍ଦ୍ର କାନୁନ୍ଗୋ, ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କର ଅଭିମତ ଥିଲା ଯେ, ଏହି ସଂଗଠନ ଏକ ଭାତୃଚାରା ଓ ବସୁଧୈବ କୁଟୁମ୍ବକମ୍ ଆଧାରକୁ ନେଇ ସାରା ବିଶ୍ୱରେ ଶାନ୍ତି ଓ ସଦ୍ଭାବନାର ପ୍ରଚାର ଓ ପ୍ରସାର କରିଆସୁଅଛି। ବ୍ରହ୍ମାକୁମାରୀ ତ୍ରିପୁରା ଭଉଣୀ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏତଦ୍ବ୍ୟତୀତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ପ୍ରାୟ ୪୦୦ ରୁ ଊର୍ଦ୍ଧ୍ୱ ଭାଇ ଭଉଣୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳାନ୍ୱିତ କରିଥିଲେ। ଏହାକୁ ପରିଚାଳନା କରିଥିଲେ ଓମ୍ ନିର୍ବାସର ସଂଚାଳିକା ଗୀତା ଭଉଣୀ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top