ଜିଲ୍ଲା ପରିକ୍ରମା

ବ୍ରହ୍ମାକୁମାରୀଜ୍ ଭୁବନେଶ୍ୱର ମୁଖ୍ୟ ସେବାକେନ୍ଦ୍ର, ଓମ୍ ନିବାସରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଭୁବନେଶ୍ୱର,୪ା୯ (ଓଡ଼ିଆ ପୁଅ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସେବାକେନ୍ଦ୍ର, ଓମ୍ ନିବାସ, ୟୁନିଟ୍ -୯, ଭୁବନେଶ୍ୱର ତରଫରୁ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମବାୟ ବିଭାଗର ଜଏଣ୍ଟ ଡାଇରେକ୍ଟର ଶ୍ରୀଯୁକ୍ତ ସଚ୍ଚିନ୍ଦ୍ର କୁମାର ସିଂ ଓ ମୁଖ୍ୟବକ୍ତା ରୂପେ ବି.ଏସ୍ .ଏନ୍ .ଏଲ୍ ର ଏ.ଜି.ଏମ୍ . ଶ୍ରୀଯୁକ୍ତ ପ୍ରଭାକର ଗିରି ଯୋଗଦେଇ ଜନ୍ମାଷ୍ଟମୀର ଆଧ୍ୟାତ୍ମିକ ରହସ୍ୟକୁ ପ୍ରତିପାଦନ କରି କହିଥିଲେ ଯେ, ମନୁଷ୍ୟ ଚରିତ୍ର ଶ୍ରୀକୃଷ୍ଣଙ୍କ ପରି ହେବା ଉଚିତ୍। ଯାହାଦ୍ୱାରା ଆମେ ଏହି ବିଶ୍ୱରେ ଏକ ସୁଖ ଶାନ୍ତିମୟ ସମାଜ ଗଠନ କରିପାରିବା।

ଛୋଟ ଛୋଟ ପିଲାମାନେ ଶ୍ରୀକୃଷ୍ଣ, ଶ୍ରୀରାଧା ବେଶରେ ସଜ୍ଜିତ ହୋଇ ନିଜ ନିଜର କଳା ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନମୁଗ୍ଧ କରାଇଥିଲେ। ନୃତ୍ୟ ପରିବେଷଣ କରିଥିଲେ ବ୍ରହ୍ମାକୁମାରୀ ପ୍ରାଚୀ। ଏହି ସମସ୍ତ କାର୍ଯ୍ୟକ୍ରମ ସେବାକେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୦୦ ଭାଇ ଭଉଣୀ ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top