ଜିଲ୍ଲା ପରିକ୍ରମା

ବ୍ରହ୍ମପୁର ସାଧନକେନ୍ଦ୍ରରେ ଗୟାଧର ସ୍ମାରକୀ ବାର୍ଷିକ କ୍ରୀଡା

ଭଦ୍ରକ, ୨୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବ୍ରହ୍ମପୁର ସାଧନ କେନ୍ଦ୍ର ଅଧୀନ ବାରଭାଗ ଶାସନ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧନ କେନ୍ଦ୍ରସ୍ତରୀୟ ଗୟାଧର ସ୍ମାରକୀ ବାର୍ଷୀକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଆଞ୍ଚଳିକ ସାଧନକେନ୍ଦ୍ର ସଞ୍ଚାଳିକା ଜ୍ୟୋସ୍ନାରାଣୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟବକ୍ତା କେଦାରପୁର ପଞ୍ଚାୟତର ସମିତିସଭ୍ୟ ଯୋଗେନ୍ଦ୍ର ଘଡେଇ, ସମ୍ମାନିତ ଅତିଥି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବାରଭାଗ ଶାସନ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ ପଣ୍ଡା, କରୁଣାକର ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବକିଶୋର ପଲେଇ, ଗ୍ରାମ୍ୟ କମିଟି ସଂପାଦକ ଭାଗିରଥି ତ୍ରିାଠୀ ଯୋଗଦେଇଥିଲେ। କେଦାରପୁର ପଞ୍ଚାୟତର ସରପଞ୍ଚ ଭରତ ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଉତ୍ସବର ସଂଯୋଜନା କରିଥିଲେ ଶିକ୍ଷକ ଶ୍ରୀଧର ଜେନା ଓ ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସରପଞ୍ଚ ଶ୍ରୀ ତ୍ରିାଠୀଙ୍କ ବାପାଙ୍କ ସ୍ମୃତିରେ ବିଗତ ୧୬ବର୍ଷ ଧରି ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ବ୍ରହ୍ମପୁର ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ୧୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top