ଓଡ଼ିଶା

ବ୍ରହ୍ମପୁର ମେୟର କେ. ମାଧବୀ ଅଯୋଗ୍ୟ ଘୋଷିତ

ବ୍ରହ୍ମପୁର ୧୩-୨ (ଓଡ଼ିଆ ପୁଅ) : ବ୍ରହ୍ମପୁର ନଗର ନିଗମର ପ୍ରଥମ ମହିଳା ମେୟରଙ୍କୁ ଆଜି ବଡ଼ ଝଟକା ଲାଗିଛି। ସ୍ଥାନୀୟ କୋର୍ଟ ବ୍ରହ୍ମପୁର ମେୟର କେ. ମାଧବୀଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ନିର୍ବାଚନ ସମୟରେ ନିଜର ସତ୍ୟପାଠରେ ମିଥ୍ୟା ସୂଚନା ଦେଇଥିବା ଆରୋପରେ ବ୍ରହ୍ମପୁର ମେୟର କେ. ମାଧବୀ ଅଯୋଗ୍ୟ ଘୋଷିତ ହୋଇଛନ୍ତି।

ସୂଚନାନୁଯାୟୀ, ପୂର୍ବ ମେୟର ଶିବ ଶଙ୍କର ଦାଶଙ୍କ ଦ୍ଵାରା ଦାୟର କାରଯାଇଥିବା ଯାଚିକାର ଜବାବରେ ଗଞ୍ଜାମ ଜିଲା ନ୍ୟାୟାଳୟ ଏହି ଘୋଷଣା କରିଛନ୍ତି। ଦୁଇପକ୍ଷର ତର୍କ ଶୁଣିବା ପରେ ଅଦାଲତ ମାଧବୀ ନିଜର ର୍ବୈବାହିକ ସ୍ଥିତି ବିଷୟରେ ଭୁଲ ତଥ୍ୟ ପ୍ରଦାନ କରିଥିଲେ ବୋଲି ପ୍ରମାଣିତ ହୋଇଥିଲା। ଯାଚିକାକର୍ତ୍ତା ଆରୋପ ଲଗାଇଥିଲେଯେ ସେ ନିଜର ପୂର୍ବ ପତିଙ୍କଠାରୁ ବିଦ୍ଧିବଦ୍ଧ ଭାବେ ଛାଡ଼ପତ୍ର ନନେଇ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ଦ୍ୱିତୀୟ ପତି ଅଦାଲତକୁ କହିଛନ୍ତିଯେ, ମାଧବୀ ତାଙ୍କୁ ତାଙ୍କର ଛାଡ଼ପତ୍ରର କୌଣସି ନ୍ୟାୟାଳୟର ଆଦେଶ ଦେଖାଇନାହାଁନ୍ତି ବୋଲି। କୁହାଯାଇପାରେଯେ, ମାଧବୀ ଜୁନ୍ ୨୦୧୬ରୁ କାର୍ଯ୍ୟ ଭାର ସମ୍ଭାଳୁ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top