ବ୍ରହ୍ମପୁର : ଜାତୀୟ ରାଜପଥରେ ଦୁର୍ଘଟଣା- ମହିଳାଙ୍କ ମୃତ୍ୟୁ

ଆସ୍କା ୧୫-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) ବ୍ରହ୍ମପୁର ସହର ନିକଟ ହଳଦିଆପଦର ଜାତୀୟ ରାଜପଥରେ ଦୁର୍ଘଟଣା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା ଜଣକ ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିବାସୀ ତଥା କନିଷି ହାଟ ଅଂଚଳର ବାବୁ ଜେନାଙ୍କ ସ୍ତ୍ରୀ ପଲ୍ଲବୀ ଜେନା। ସେ ସ୍କୁଟି ଯୋଗେ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଗୋଳନ୍ଥରା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଚିଂବା ସହ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *