ଓଡ଼ିଶା

ବ୍ରହ୍ମପୁର କାରାଗାରରେ ଶାରିରୀକ ନିର୍ଯାତନା

ପୋଲସରା ୧୪-୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ବ୍ରହ୍ମପୁର କାରାଗାରରେ ପ୍ରାୟ ୭୦୦ ରୁ ଉର୍ଦ୍ଧ୍ୱ ଅନ୍ତେବାସୀ ରହୁଥିବାବେଳେ ସେମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବା ଜାଣିବାକୁ ମିଳିଛି। ଶାରିରୀକ ନିର୍ଯାତନା ସାଙ୍ଗକୁ ମାନସିକ ନିର୍ଯାତନା ଦିଆଯାଉଛି। ଅତି ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଉଅଛି। ପାଣିଆ ଡାଲି ସାଙ୍ଗକୁ ତରକାରୀ କିମ୍ବା ଭଜା ହୋଇଥିଲେ ସ୍ୱଳ୍ପତା ମିଳିବାରୁ ଖାଦ୍ୟ ଠିକ୍ ଭାବରେ ଖାଇପାରୁନାହାଁନ୍ତି। ଏଣୁ ନିଜେ ନିଜେ ବାଧ୍ୟ ହୋଇ ରୋଷେଇ କରି ଖାଉଛନ୍ତି। କାରାଗାରକୁ ଆସୁଥିବା ଖାଦ୍ୟ ସାମଗ୍ରୀକୁ ଚଢା ଦରରେ ବିକ୍ରୀ କରୁଛନ୍ତି ଏବଂ ବଳିଥିବା ପଚାଷଢା ପରିବାକୁ ରୋଷେଇ କରି ଖାଇବାକୁ ଦେଉଛନ୍ତି ଏବଂ ଅନ୍ତେବାସୀଙ୍କ ପରିବାର ଲୋକେ ଦେଖା କରିବାକୁ ଆସିଲେ ସାଥିରେ ଯଦି କିଛି ସାମଗ୍ରୀ ଆଣିଥିବେ ତାହେଲେ କାରାଗାରର ୱାର୍ଡରମାନେ ସେଥିରୁ ଏକ ଭାଗ ନିଜେ ରଖିଦିଅନ୍ତି। ଜେଲ୍ ପରିବେଶ କଥା କହିଲେ ନସରେ। କୌଣସିରେ ମଧ୍ୟ ସଫାସୁତୁରା ଦେଖିବାକୁ ମିଳେନା। ଆବର୍ଜନା ଅସ୍ୱସ୍ତିକର ପରିବେଶ ହେତୁ ମଶା ଡାଉଁଶ ଛାଡିଯିବାର ନା ଗନ୍ଧ ଧରୁନାହାଁନ୍ତି। ଏମିତିକି ଜେଲ୍କୁ ଆସୁଥିବା ମଶା ତେଲ, ଫିନାଇଲ୍, ବ୍ଲିଚିଂ ପାଉଡର ଏସବୁ ମଧ୍ୟ କୁଆଡେ ବାହାରେ ବିକ୍ରୀ ହୁଏ ବୋଲି ଶୁଣିବାକୁ ମିଳୁଛି ଏବଂ ପାଣି ପାଇଁ ମଧ୍ୟ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗୋଟିଏ ନଳକୂପକୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଭରସା କରୁଛନ୍ତି। ପାଣି ଟାଙ୍କି ଲାଗିଛି କିନ୍ତୁ ବ୍ୟବହାର ପାଇଁ କିଛି ସୁବିଧା ନାହିଁ। ଆଉ ବାକି ରହିଲା ନିଶାଦ୍ରବ୍ୟ କଥା। ଦେଶି ମହୁଲୀ ଠାରୁ ଆରମ୍ଭ କରି ବିଡି, ସିଗାରେଟ୍, ଗୁଟ୍ଖା, ଖଇନି ଏବଂ ଗଞ୍ଜେଇ ଏସବୁ ଭରପୂର ଭାବେ ମିଳୁଛି। ଶୁଣିବାକୁ ମିଳୁଛି ଜେଲ୍ ଭିତରେ ଜେଲରଙ୍କ ଜାଣତରେ ଗଞ୍ଜେଇ ବେପାର ଚାଲିଛି। ଏଠି ଗୋଟିଏ ପ୍ରଶ୍ନ ଉଠେ, ବାହାରେ ଗଞ୍ଜେଇ ବେପାର କଲେ ସେମାନଙ୍କୁ ଆଇନର ରାଜଦଣ୍ଡ ଭୋଗିବାକୁ ପଡେ। କିନ୍ତୁ ଜେଲ୍ ଭିତରେ ଯେଉଁ ବେପାର ଚାଲିଛି ସେଥିପାଇଁ ମଧ୍ୟ ଦଣ୍ଡ ଥିବ? ଯଦି ଏ ବିଷୟରେ ଜେଲର୍ ଜାଣୁନାହାଁନ୍ତି ତାହେଲେ ନିଶା ସାମଗ୍ରୀ ଜେଲ୍ ଭିତରକୁ ଆସୁଛି କେମିତି? ଜେଲ୍ ଭିତରେ ତ ସିସି କ୍ୟାମେରା ଛାଉଣୀ ହୋଇରହିଛି। କଣ ଜେଲର୍ ବାବୁ ସିସି କ୍ୟାମେରାରେ ମଧ୍ୟ ଦେଖିପାରୁନାହାଁନ୍ତି? ଯେତେ ସବୁ ନିଶା ସାମଗ୍ରୀ ଜେଲ୍ ମଧ୍ୟକୁ ଆସୁଛି ସେ ସବୁ ୪ ଗୁଣା ଦରରେ ବିକ୍ରୀ କରାଯାଉଛି ଏବଂ ବିକ୍ରୀ କରୁଛନ୍ତି ସଜା ହୋଇଥିବା ଏବଂ ଆଜୀବନ କାରାଗାରରେ ଦଣ୍ଡିତ ହୋଇଥିବା କଏଦୀ। ଯେଉଁ କଏଦୀ ବିକ୍ରୀ କରିବା ପାଇଁ ମନାକଲେ ତାଙ୍କୁ କୁଆଡେ ମାନସିକ ଯନ୍ତ୍ରଣା ଦିଆଯାଏ ବୋଲି ଶୁଣିବାକୁ ମିଳୁଛି! ଯଦି ଜେଲ୍ ଭିତରକୁ କୌଣସି ଉପରିସ୍ଥ ଅଧିକାରୀ ପରିଦର୍ଶନରେ ଆସନ୍ତି, ସେହି ଦିନ ସବୁ ବେପାର ବନ୍ଦ। ବିଲେଇ ଆସିଲେ ମୁଷାମାନେ ଛପିଗଲା ପରି ଜେଲର୍ଙ୍କଠାରୁ ଆରମ୍ଭକରି ଆଜୀବନ କଏଦୀ ପର୍ଯ୍ୟନ୍ତ ସମସ୍ତେ ସୁନା ପିଲା। ପରିଦର୍ଶନ ସରିବା ପରେ ଫେର୍ ଯଥା ପୂର୍ବ ତଥା ପରଂ ବୋଲି ଶୁଣିବାକୁ ମିଳୁଛି। ଉପରସ୍ଥ ଅଧିକାରୀମାନେ ମଧ୍ୟ ଜାଣିଥାନ୍ତି କିନ୍ତୁ ଲକ୍ଷ୍ମଣରେଖାକୁ ମାନିଲା ଭଳି ସମସ୍ତେ କେବଳ ଅଭିନୟ କରନ୍ତି। ଏ ସମସ୍ତ ଘଟଣା ପ୍ରାୟ ସମସ୍ତ ଜେଲ୍ରେ ଉଣା ଅଧିକ ହେଲେ ମଧ୍ୟ ବ୍ରହ୍ମପୁର ଜେଲ୍ ସମସ୍ତଙ୍କଠାରୁ ଆଗରେ। ଏଣୁ ବିଭାଗୀୟ ଅଧିକାରୀମାନେ ଯଦି ସ୍ୱତନ୍ତ୍ର ନଜର ଦିଅନ୍ତେ, ତେବେ ଅପରାଧି ଦମନ ହୋଇପାରନ୍ତା, ନତୁବା ଏହି ପ୍ରଶାସନର ସରକାର ଗୃହ ବିଭାଗକୁ ହାତରେ ରଖି ଭଦ୍ର ଲୋକ ସୃଷ୍ଟି କରିବା ପରିବର୍ତ୍ତେ ବାଧ୍ୟବାଧକତାରେ ଶିକ୍ଷିତ ଅପରାଧି ସୃଷ୍ଟି କଲା ଭଳି ପରିସ୍ଥିତି ହେଉଥିବା ସ୍ପଷ୍ଟ ଦିବା ଲୋକରେ ଜଳଜଳ ହୋଇ ଦେଖାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top