ବ୍ରହ୍ମପୁରରେ ଟ୍ରକ ସ୍କୁଟି ମୁହାଁମୁହିଁ ଧକ୍କା; ସ୍କୁଟି ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ୮-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ବିଏନପୁର ଥାନା ଅନ୍ତର୍ଗତ ଲାଂଜିପଲ୍ଲୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ବିଏନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।


ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରକୁ ପ୍ରବେଶ କରିବା ନିମନ୍ତେ ସଂଯୋଗ କରୁଥିବା ଚାରି ଚକିଆ ଜାତୀୟ ରାଜପଥରେ କୌଣସି ଟ୍ରାଫିକ ବ୍ୟବସ୍ଥା ନଥିବା ବେଳେ ବାରମ୍ବାର ଦୁର୍ଘଟଣା ଯୋଗୁଁ ଅକାଳରେ ଲୋକଙ୍କ ମୃତ୍ୟୁ ହୋଉଥିବା ଦେଖିବାକୁ ମିଳୁଛି। ଯାହାକୁ ଦୃଷ୍ଟିରେ ରଖି ନିକଟରେ କିଛି ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଅନେକ ସମୟରେ ସେଠାରେ ହେଲମେଟ ଚେକିଂ କରାଯାଉଥିବା ବେଳେ ଲୋକେ ଭୟଭୀତ ହୋଇ ଗାଡି ମୁହଁରେ ପଡିଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଜାତୀୟ ରାଜପଥର ଚାରିଛକରେ ଟ୍ରାଫିକ ବ୍ୟବସ୍ଥା କରିବା ସହ ଓଭର ବ୍ରିଜ ନିର୍ମାଣ ଲାଗି ଦାବି ହୋଇଛି।

Leave a Reply

Your email address will not be published. Required fields are marked *