ଜିଲ୍ଲା ପରିକ୍ରମା

ବ୍ରହ୍ନକୁମାର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟଠାରେ ମାନସିକ ଚାପର କାରଣ ଓ ନିରାକରଣ କର୍ମଶାଳା ଅନୁଷ୍ଠିତ

ନବରଙ୍ଗପୁର ୩୦-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ସ୍ଥାନୀୟ ବ୍ରହ୍ନକୁମାର ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟଠାରେ ମାନସିକ ଚାପର କାରଣ ଓ ନିରାକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ନକୁମାର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ମାଉଣ୍ଟାବୁ ମେଡିଆସେଲ କୋଡିନେଟର ବି କେ ସୁସାନ୍ତ ଭାଇ ଓ ବି କେ ପ୍ରୀୟଙ୍କାଜୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସଦର ମହକୁମାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ପରିଚାଳିକା ନିଲମ ଜୀ ସ୍ୱାଗତ ଭାଷଣ ଦେବାସହ କର୍ମଶାଳା ସଂମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ହରି ନଗର ଦିଲ୍ଲୀରେ ରହି ବିଭିନ୍ନ ଅନୁଷ୍ଠାନରେ ଷ୍ଟ୍ରେସ୍ ମେନେଜମେଣ୍ଟ ୱାର୍କସପ୍ ରେ ଦିଗଦର୍ଶନ ଦେଉଥିବା ପ୍ରୀୟଙ୍କାଜୀ କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସକାରାତ୍ମକ ଖବର ପରିବେଷଣ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ସୁସାନ୍ତ ଭାଇ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମାନସିକ ଚାପର କାରଣ ଓ ନିରାକରଣ ସଂମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ତାଙ୍କ ବକ୍ତବ୍ୟରେ ସାମ୍ବାଦିକତା ସହ ଆଧ୍ୟାତ୍ମିକତାକୁ ଯୋଡିବାକୁ ପରାମର୍ଶ ଦେବା ସହ ମେଡିଟେସନ୍ ଦ୍ୱାରା ଶାନ୍ତି, ସନ୍ତୁଷ୍ଟତା ହାସଲ ହୋଇଥାଏ ବୋଲି କହିଥିଲେ। ଏହି ଅବସରରେ ଦୁନିଆକୁ ପରିବର୍ତ୍ତନ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଖବର ପରିବେଷଣ ସମୟରେ ନକରାତ୍ମକ ଦିଗ ତ୍ୟାଗ କରି ଗଠନ ମୂଳକ ଖବର ପରିବେଷଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ସମାଜରେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ପାଠକମାନଙ୍କ ମଧ୍ୟରେ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତମାନଙ୍କୁ ଦୈନିକ ଅନ୍ତତଃ ୫ମିନିଟ ମେଡିଟେସନ ଅଭ୍ୟାସ କରିବାକୁ ସେ ପ୍ରବର୍ତ୍ତାଇଥିଲେ। ଶେଷରେ ବି କେ ଗିତା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top