ଜିଲ୍ଲା ପରିକ୍ରମା

ବୌଦ୍ଧ ସମବାୟ ବ୍ୟାଙ୍କ ପରିଚାଳନା ସଦସ୍ୟ ବାଳମୁକୁନ୍ଦ ମେହେରଙ୍କ ନିର୍ବାଚନ ଅସିଦ୍ଧ, କିଶୋର ମେହେର ହେଲେ ନୂତନ ସଦସ୍ୟ

ବୈାଦ୍ଧ, ୨୧ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ସମବାୟ ବ୍ୟାଙ୍କର ପରିଚାଳନା ସଦସ୍ୟ ବାଳମୁକୁନ୍ଦ ମେହେରଙ୍କ ନିର୍ବାଚନକୁ ରାଜ୍ୟ ସମବାୟ ଟ୍ରିବ୍ୟୁନାଲ ଅସିଦ୍ଧ ଘୋଷଣା କରିଥିବା ଜଣାଯାଇଛି । ତାଙ୍କ ସ୍ଥାନରେ ପ୍ରତିଦ୍ୱନ୍ଦି କିଶୋର ଚନ୍ଦ୍ର ମେହେରଙ୍କୁ ନିଦ୍ଦ୍ୱନ୍ଦରେ ନିର୍ବାଚିତ ଘୋଷଣା କରାଯିବାକୁ ଟି୍ରବୁ୍ୟନାଲ ତାଙ୍କ ରାୟରେ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ସୂଚନା ମୁତାବକ ବୌଦ୍ଧ ସମବାୟ ବ୍ୟାଙ୍କର ପରିଚାଳନା କମିଟି ସଦସ୍ୟ ପାଇଁ ୨୦୧୫ ମସିହାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଜୋନ ୧୧ ପାଇଁ ବାଳମୁକୁନ୍ଦ ମେହେର ଓ କିଶୋର ମେହେର ନାମାଙ୍କନ କରିଥିଲେ । ସେହି ସମୟରେ ପ୍ରାର୍ଥୀ ଶ୍ରୀବାଳମୁକୁନ୍ଦଙ୍କ ୧୯୯୫ ମସିହା ପରେ ୨ ରୁ ଅଧିକ ସନ୍ତାନ ଥିବାର ପ୍ରମାଣ ନେଇ ନିର୍ବାଚନ ଅଧିକାରୀଙ୍କୁ ଦେବାସହ ତାଙ୍କର ପ୍ରାର୍ଥୀପତ୍ର ନାକଚ କରିବାକୁ ଦାବି କରିଥିଲେ । କିନ୍ତୁ ନିର୍ବାଚନ ଅଧିକାରୀ ବାଳମୁକୁନ୍ଦଙ୍କ ପ୍ରାର୍ଥୀପତ୍ର କାଏମ ରଖିଥିଲେ । ଏହି ନିର୍ବାଚନରେ ବାଳ ମୁକୁନ୍ଦ ବିଜୟୀ ହୋଇ ସମବାୟ ବ୍ୟାଙ୍କର ପରିଚାଳନା କମିଟି ସଦସ୍ୟ ହୋଇଥିଲେ । କିନ୍ତୁ ଏହା ବିରୋଧରେ କିଶୋର ରାଜ୍ୟ ସମବାୟ ଟ୍ରିବ୍ୟୁନାଲ ଭୁବନେଶ୍ୱରଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ସମବାୟ ଟି୍ରବୁ୍ୟନାଲ କେସ ନମ୍ବର (ଇ.ଡି ୧୦୩/୨୦୧୫) ରେ ବିଚାର ହୋଇ ଗତ ୨୮.୦୨.୨୦୧୮ ରେ ବାଳମୁକୁନ୍ଦଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ କିଶୋର ମେହେରଙ୍କୁ ବୌଦ୍ଧ ସମବାୟ ବ୍ୟାଙ୍କପରିଚାଳନା କମିଟି ସଦସ୍ୟ ଭାବରେ ନିର୍ବାଚିତ କରିବାକୁ ବୌଦ୍ଧ ସମବାୟ ବ୍ୟାଙ୍କର ସଂପାଦକଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ସେହି ସମୟରେ ବାଳମୁକୁନ୍ଦଙ୍କୁ ବାଚସ୍ପତି ପ୍ରଦିପ କୁମାର ଅମାତ ସମବାୟ ବ୍ୟାଙ୍କର ସଭାପତି କରିବାକୁ ଗୋଟି ଚାଳନା କରିଥିବା ଚର୍ଚ୍ଚାର ବିଷୟ ହୋଇଥିଲା । ବର୍ତମାନ ବାଳମୁକୁନ୍ଦଙ୍କ ନିର୍ବାଚନ ସମବାୟ ଟ୍ରିବୁ୍ୟନାଲ ଦ୍ୱାରା ଅସିଦ୍ଧ ହେବାପରେ ଏହାକୁ ନେଇ ଜିଲାରେ ରାଜନୈତିକ ମହଲରେ ଉଷ୍ମତା ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top