ବୌଦ୍ଧ ଶିଳ୍ପ ତାଲିମ କେନ୍ଦ୍ରର ଧୀକ୍ଷାନ୍ତ ସମାରୋହ

ବୌଦ୍ଧ, ୧୭ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ବନ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରଥମ ଧୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଜିଲାପାଳ ମଧୁସୁଦନ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ତାଲିମ କେନ୍ଦ୍ରରୁ ଶିକ୍ଷା ଗ୍ରହଣ କରି ସଫଳତା ଲାଭ କରିଥିବା ୩୫ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏହି ସମାରୋହରେ ସାମିଲ ହୋଇଥିଲେ। ଏହି ଅବସରରେ ପୂରାତନ ଛାତ୍ରମାନେ ଅନୁଷ୍ଠାନ ପାଇଁ ଏକ ଏଲଇଡି ଟିଭି ପ୍ରଦାନ କରିଥିଲେ। ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ସତ୍ୟ ଶଙ୍କର ରାଜ୍ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *