ଖେଳ

ବୌଦ୍ଧ: ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ୪ ଛାତ୍ରଛାତ୍ରୀ ମନୋନୀତ

ବୌଦ୍ଧ, ୨୭ା୦୫(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଭୁବନେଶ୍ୱର ଠାରେ ହେବାକୁଥିବା ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବୌଦ୍ଧଜିଲାରୁ ୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିବା ୧୪ବର୍ଷରୁ କମ୍ ବର୍ଗରେ ବୌଦ୍ଧବ୍ଲକ ଆଦର୍ଶ ବିଦ୍ୟାଳୟର ସନତ ଝାଙ୍କର ଓ ଜଲିରାଣୀ ଘଂଟାଳ ମନୋନୀତ ହୋଇଥିବାବେଳେ ହାଇସ୍କୁଲସ୍ତରୀୟ ୧୭ବର୍ଷରୁ କମ୍ ବର୍ଗରେ ବୁରଗୁରା ହାଇସ୍କୁଲର ସାନୁଜ ବେହେରା ଓ ଶ୍ରାବଣୀ ମଲିକ୍ ମନୋନୀତ ହୋଇଥିବା ଜଣାଯାଇଛି। ବୁଟୁପାଲି ହାଇସ୍କୁଲ ପଡିଆ ଠାରେ ପ୍ରତ୍ୟହ ତୀରନ୍ଦାଜ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବାବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top