ଓଡ଼ିଶା

ବୌଦ୍ଧ ମେହାତ୍ସବ ୨୦୧୭ ଉଦ୍ଘାଟିତ, ୨୪ ବର୍ଷର ଜିଲା ଯୁବକତ୍ୱ ଲାଭ କରିଥିଲେ ବି ବିକାଶ କ୍ଷେତ୍ରରେ ଆହୁରି ଆଗକୁ ଯିବାର ଅଛି, ବାଚସ୍ପତି

ବୌଦ୍ଧ, ୦୩ା୦୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଶାନ୍ତି, ପ୍ରିତି ଓ ମୈତ୍ରିର ପବିତ୍ର ମାଟି ଐତିହାସିକ ବୌଦ୍ଧ। ପୁଣ୍ୟତୋୟା ହୀରାପ୍ରସୂ ମହାନଦୀ ଯାହାର ପାଦ ଧୋଇଦିଏ, ଭଗବାନ ବୁଦ୍ଧ ଯାହାର ପରିଚୟ ଏବଂ ୪କୋଟି ଓଡ଼ିଆଙ୍କ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାଭୂମି ଭାବରେ ଯେଉଁ ମାଟିର ପବିତ୍ରତା ରହିଛି ସେହି ଐତିହ ତଥା ଗୌରବମୟ ବୌଦ୍ଧଜିଲ୍ଲାର ବଳିଷ୍ଠ ପରାମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ଉଦଘାଟିତ ହୋଇଛି ବୌଦ୍ଧ ମହୋତ୍ସବ ୨୦୧୭। ସ୍ୱତନ୍ତ୍ର ଜିଲ୍ଲା ଗଠନର ସ୍ୱନକ୍ଷତ୍ର ଦିବସ ଅବସରରେ ସ୍ଥାନୀୟ କଚେରୀ ପଡିଆଠାରେ ଆୟୋଜିତ ଏହି ମହାନ ସାଂସ୍କୃତିକ ଉତ୍ସବକୁ ମୁଖ୍ୟଅତିଥି ଭାବରେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ୍ ଉଦ୍ଘାଟନ କରିଥିଲେ। ସକାଳୁ ପ୍ରଥମଥର ପାଇଁ ବୌଦ୍ଧ ଜିଲାର ସାଂସ୍କୃତିକ ପତାକାକୁ ମୁଖ୍ୟଅତିଥି ଶ୍ରୀଅମାତଙ୍କ ଦ୍ୱାରା ଉନ୍ମୋଚନ ପୁର୍ବକ ମହୋତ୍ସବ ପଡିଆରେ ଉତ୍ତୋଳନ କରାଯାଇଥିଲା। ବୌଦ୍ଧର ଗୌରବମୟ ଇତିହାସର ମୁକସାକ୍ଷୀ ରାଜବାଟୀ ନିକଟସ୍ଥ ବୁଦ୍ଧ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଶ୍ରୀଅମାତ ମଶାଲ ଲଗାଇ ଏହି ସାଂସ୍କୃତିକ ମହାମେଳାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲାପାଳ ମଧୁସୁଦନ ମିଶ୍ରଙ୍କ ନେତୃତ୍ୱରେ ସାଂସ୍କୃତିକ ଶୋଭାଯାତ୍ରା ଜିଲ୍ଲାର ତିନୋଟି ବ୍ଲକରୁ ଆସିଥିବା କଳାକାର, ସହରର ବୁଦ୍ଧିଜିବୀ, ସରକାରୀ ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ଗହଣରେ ସହର ପରିକ୍ରମା ପରେ ମହୋତ୍ସବ ପଡିଆକୁ ପହଞ୍ଚିଥିଲା। ମଞ୍ଚରେ ସାଂସ୍କୃତିକ ଉତ୍ସବର ମଶାଲ ଜିଲ୍ଲାପାଳ ଶ୍ରୀମିଶ୍ରଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ସନ୍ଧ୍ୟାର ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ବାଚସ୍ପତି ଶ୍ରୀଅମାତ ଯୋଗଦେଇ ମଞ୍ଚରେ ଜଗନ୍ନାଥଙ୍କ ପ୍ରତିମୂତ୍ତିରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ଏହି ମହାନ ସାଂସ୍କୃତିକ ଭାଇଚାରାର ମେଳାକୁ ଆନୁଷ୍ଠିକ ଭାବେ ଉଦଘାଟନ କରିଥିଲେ। ଜିଲାପାଳ ଶ୍ରୀମିଶ୍ରଙ୍କ ଅଧ୍ୟକ୍ଷତାରେ ତଥା ବୌଦ୍ଧବ୍ଲକ ବିଡିଓ ନିହାର ରଂଜନ କହଁରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବରେ କଂଟାମାଳ ବିଧାୟକ ତଥା ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ମହିଧର ରଣା, ଏସପି ସୁଧାଂଶୁ ଶେଖର ମିଶ୍ର ଓ ଅତିରିକ୍ତ ଜିଲାପାଳ ତରଣୀସେନ ନାୟକ ଯୋଗଦେଇଥିଲେ। ଜିଲା ୨୪ ବର୍ଷରେ ପଦାର୍ପଣ କରି ଯୁବକତ୍ୱ ଲାଭ କରିଥିଲେ ମଧ୍ୟ ବିକାଶ ଦିଗରେ ଆହୁରି ଅଗ୍ରଗତି କରିବା ବାକି ରହିଛି ବୋଲି ମୁଖ୍ୟଅତିଥି ଶ୍ରୀଅମାତ ମତବ୍ୟକ୍ତ କରିଥିଲେ। ବିଶେଷ ଭାବରେ କୃଷି ପ୍ରଧାନ ଏହି ଜିଲାରେ ୮୦ ପ୍ରତିଶତ ଅଧିବାସୀ ଜୀବନ ଜିବିକା ପାଇଁ ଚାଷ ଉପରେ ନିର୍ଭରଶୀଳ ଥିବାବେଳେ ସେମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବା ସଙ୍ଗେ ସଙ୍ଗେ ଗମନା ଗମନ କ୍ଷେତ୍ରରେ ଆମ ଜିଲାର ଅନେକ ବିକାଶ ହୋଇଥିବା ନେଇ ସଭାରେ ପ୍ରକାଶ କରିଥିଲେ। ଏବର୍ଷ ପ୍ରଶାସନ ପକ୍ଷରୁ ନୁତନ ଭାବେ ମହୋତ୍ସବ ପଡିଆର କାନ୍ଥରେ ଜିଲାର ଐତିହ୍ୟ, ପରମ୍ପରା, ପ୍ରଚୀନ କଳାକୁ ପଟଚିତ୍ର ମାଧ୍ୟମରେ ସାଇତି ରଖିବାର ପ୍ରୟାସ କରାଯାଇଛି। ପ୍ରଥମ ଦିବସର ସାଂସ୍କୃତିକ ସଂଧ୍ୟାରେ ନୃତ୍ୟଶ୍ରୀ ଭୁବନେଶ୍ୱର କଳାକାରଙ୍କ ଦ୍ୱାରା ଓଡିଶୀ ଦଶାବତାର, ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ମାର୍ସଲ ଆଟ ଓ ସମ୍ବଲପୁରୀ ବାଦ୍ୟ, ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଷ୍ନୁ/କୃଷ୍ନା ବତାର, ବଉଲୀ କଳା ପରିଷଦ ବରପଦର କଣ୍ଟମାଳର ଦୁଲ୍ହା ବିହା – ସମ୍ବଲପୁରୀ ନୃତ୍ୟ,  ଆକାଶବାଣୀ ଭବାନୀପାଟଣା ଦ୍ୱାରା ଘୁଡୁକା ନାଚ ଓ ବଉଦ ସଂସ୍କୃତି ଉପରେ ଆଧାରିତ ଲୋକନୃତ୍ୟ,  ଅଜୟ ମଜୁମଦାର ଏଣ୍ଡ ଗ୍ରୁପ କଲିକତା ଦ୍ୱାରା ରାଜସ୍ଥାନ୍ୀ ଲୋକନୃତ୍ୟ, ଗାୟତ୍ରୀ କଳା ସଂଗଠନ ରାୟଗଡା ଦ୍ୱାରା ଆଦୀବାସୀ ଧେମସା ନୃତ୍ୟୁକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top