ବୌଦ୍ଧ ମହୋତ୍ସବ-୨୦୧୮ ପାଠଚକ୍ର ଓ କର୍ମଶାଳାର ଅନ୍ତିମ ଦିବସ

ବୌଦ୍ଧ, ୦୭/୦୧( ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୮ ଅବସରରେ ଆୟୋଜିତ ପାଠଚକ୍ର ଓ କର୍ମଶାଳାର ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ସାମାଜିକ ନିରାପତା, ଓ ଭିନ୍ନକ୍ଷମ ସଶକ୍ତି କରଣ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ଷୁଦ୍ର, ସ୍ୱଳ୍ପ ଓ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମସ୍ତେ ସଚେତନ ହେଲେ ଶିଶୁମାନଙ୍କର ଅଧିକାରର ସୁରକ୍ଷା ହୋଇପାରିବ ଓ ଶିଶୁମାନେ ସୁରକ୍ଷିତ ରହିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସାମଲ ବକ୍ତବ୍ୟ ରଖିଥିଲେ। ମହିଳା ଓ ଶିଶୁ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ନିତ ଶିଶୁ ସୁରକ୍ଷା ଯୋଜନା,  ଆ.ସି.ଡି.ଏସ୍, ମମତା ଯୋଜନା, ମିଶନ ଶକ୍ତି, ବିଜୁ ଶିଶୁ ସୁରକ୍ଷା ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ସରକାର ନେଇଥିବା ପଦକ୍ଷେପ ଗୁଡିକ ଉପରେ ମତ ରଖିଥିଲେ। ଶିଶୁ ସୁରକ୍ଷା ନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ତରରେ ଶିଶୁ ମଙ୍ଗଳ ସମିତି କିଶୋର ନ୍ୟାୟ ବୋର୍ଡ, ସ୍ୱତନ୍ତ୍ର କିଶୋର ପୋଲିସ୍ ୟୁନିଟ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟକାରୀ ହେଉଛି। ମା’ ଓ ଶିଶୁର ସୁରକ୍ଷା ପାଇଁ ତଥା ମହିଳା ସଶକ୍ତି କରଣ ତଥା ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର ରୋକିବା ଦିଗରେ ସରକାରଙ୍କର ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲା ମହୋତ୍ସବ ସମୟରେ ପାଠଚକ୍ର ଓ କର୍ମଶାଳା ଆୟୋଜନ କରିଥିବାରୁ ଜିଲ୍ଲାପାଳଙ୍କୁ ତଥା ଆୟୋଜକ କମିଟିକୁ ପ୍ରଂଶସା କରିଥିଲେ ଓ ରାଜ୍ୟର ସମସ୍ତ ଜିଲ୍ଲାରେ ଏହା ଏକ ଉଦାହରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ୟୁନିସେଫର ଶିଶୁ ସୁରକ୍ଷା ବିଶେଷଜ୍ଞ ଲକ୍ଷ୍ମିନାରାୟଣ ନନ୍ଦ ଯୋଗଦେଇ ଶିଶୁ ଅଧିକାର ଓ କିଶୋର ନ୍ୟାୟ (ଜନ୍ମ ଓ ସୁରକ୍ଷା) ୨୦୧୫ ଶିକ୍ଷା ଅଧିକାର ଆଇନ୍, ଶିଶୁ ମାନଙ୍କ ଯୌନ ଶୋଷଣ ସୁରକ୍ଷା ଆଇନ୍ ଉପରେ ମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂବର୍ତ୍ତନ ସଦସ୍ୟ ଓଡିଶା ଖାଦ୍ୟ କମିଟି ରାଜକିଶୋର ମିଶ୍ର, ଯୋଗଦେଇ ଅପପୃଷ୍ଟି ଓ କୃପୋଷଣର ସ୍ଥିତି ଓ ସରକାରୀ ବ୍ୟବସ୍ଥା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ସଂଯୋଜକ ଏକ୍ସନ.ଏଡ୍, ଘାସିରାମ ପଣ୍ଡା, ଯୋଗଦେଇ ବାଲ୍ୟବିବାହର ସ୍ଥିତି ଓ ସମାଜିକ ଦାୟିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବେ ୟୁନିସେଫ୍ ଜିଲ୍ଲା ସଂଯୋଜକ ସୁବାସ ବେଉରା ଯୋଗଦେଇ ସ୍ୱଚ୍ଛ ବିଦ୍ୟାଳୟ ଓ ସ୍ୱଚ୍ଛ ଭାରତ ଉପରେ ନିଜର ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍କେଗ ସଙ୍ଗେ ଶିଶୁ ସୁରକ୍ଷା ଉପରେ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଆୟୋଜକ କମିଟିର ଆବାହକ ରଜନୀକାନ୍ତ ଦାଶ, ଶଙ୍କର ମିଶ୍ର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଧରଣୀ ଧର ପ୍ରଧାନ, ସଦସ୍ୟ ରାଜିବ କୁମାର ନାଏକ, ସୂର୍ଯ୍ୟପ୍ରିୟା ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ବୌଦ୍ଧ ସି.ଡି.ପି.ଓ ମିନତି ଦେଓ, ଆଇ.ସି.ଡି.ଏସ୍ ର ସମସ୍ତ ସୁପର ଭାଇଜର, ଅଙ୍ଗନୱାଡି କର୍ମୀ, ଏ.ଏନ୍ ଏମ୍ ଟ୍ରେନିଙ୍ଗ ସେଂଟର ଛାତ୍ରୀ, ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ, ରାମକୃଷ୍ଣ ବାଳାଶ୍ରମର ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ର, ଛାତ୍ରୀ, ସ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶିଶୁ ସୁରକ୍ଷା ୟୁନିଟର ସମର ସେନ୍ ସିଂ, ବସନ୍ତ ଦିଶିରି, ଚିତ୍ରସେନ ସାହୁ, ରଘୁନାଥ ଷଡଙ୍ଗି, ଜଗଦିଶ ହୋତା, ବିସ୍ମୟ ମୋହନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *