ଆମ ସଂସ୍କୃତି, କଳା ଓ ଐତିହ୍ୟ

ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବୁଦ୍ଧ ସଂସ୍କୃତି ବୌଦ୍ଧ ଜିଲାର ଆର୍ନ୍ତଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିପାରିଛି

ବୌଦ୍ଧ, ୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁ୍ଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶଶିଭୁଷଣ ବେହେରା ଯୋଗଦେଇ ବୌଦ୍ଧ ଜିଲା ବୁଦ୍ଧ ସଂସ୍କୃତି ପାଇଁ ଆର୍ନ୍ତଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତଥା ବୌଦ୍ଧ ଜିଲାହିଁ ସାରା ବିଶ୍ୱରେ ବୁଦ୍ଧଙ୍କ ନାମରେ ନାମିତ ଏକ ମାତ୍ର ଜିଲା ହୋଇଥିବା ପ୍ରକାଶ କରିଥିଲେ। ଏହି ଜିଲାର କଳା, ସଂସ୍କୃତି, ପରମ୍ପରା ଅଞ୍ଚଳର ଗୌରବ ବହନକରୁଥିବା ବେଳେ ଏହାର ସବୁଜିମା, ଐତିହ୍ୟ,  ପା୍ରକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟଙ୍କୁ ଆକର୍ଷିତ କରୁଥିବା ପ୍ରକାଶ କରିଥିଲେ। ଜିଲା ମହୋତ୍ସବ କମିଟିର ଅଧକ୍ଷ ତଥା ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତିୟ ଦିବସର କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟନାୟକ ଯୋଗଦେଇ ସାଂସ୍କୃତିକ ସଂନ୍ଧ୍ୟାରେ ବୌଦ୍ଧବାସୀଙ୍କୁ ଶୁଭେଛା ଜଣାଇବା ସହ ୨୪ ବର୍ଷର ଜିଲାରେ ବିକାଶର ବିବରଣୀ ପ୍ରଦାନ କରିଥିଲେ। ଦି୍ୱତିୟ ଦିବସର ସାଂସ୍କୃତିକ ସନ୍ଧ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବୌଦ୍ଧ ପ୍ରଣାମ ଅନୁଷ୍ଠାନ ପକ୍ଷରୁ ଓଡିଶୀ ସାନ୍ତାକାରମ, ରାମଗଡ ହାଇସ୍କୁଲ ପକ୍ଷରୁ ଗଣେଶ ବନ୍ଦନା, ଜବାହାର ନବୋଦୟ ବୀଦ୍ୟାଳୟ ପକ୍ଷରୁ ଛଉ ଓ ଭାଙ୍ଗଡା ନୃତ୍ୟ, ଦିଲ ଡ୍ୟାଡ୍ସ ଏକାଡେମୀ ଭୁବନେଶ୍ୱର ଦ୍ୱାରା ଦେବଦାସୀ ନୃତ୍ୟ( ମାହାରୀ), ଭୈରବୀ ବ୍ଳକ ବୌଦ୍ଧ ପକ୍ଷରୁ ଆଦିବାସୀ ନୃତ୍ୟ, ଅଜୟମଜୁମଦାର କଲକତା ପକ୍ଷରୁ ବିହୁ ନୃତ୍ୟ, ସୁରଘୁଙ୍ଗୁର କଳାପରିଷଦ ରେଢାଖୋଲ ମାଇଲାଜଡ, ଚାରିଶମ୍ଭୁ କଳାପରିଷଦ ଜହ୍ନାପଙ୍କ ପକ୍ଷରୁ ସମ୍ବଲପୁରୀ ଲୋକ ନୃତ୍ୟ, ବାପୁଜୀ କଳା ପରିଷଦ କଳାହାଣ୍ଡି ଦ୍ୱାରା ଘୁମୁରା ଓ ଆଦିବାସୀ ନୃତ୍ୟ ପରିବେଷଣ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ସାଂସ୍କୃତିକ କାର୍ଯକ୍ର୍ରମକୁ ଉପଭୋଗ କରିଥିଲେ। ବୌଦ୍ଧ ବିଡିଓ ନିହାର ରଂଜନ କହଁର ମଞ୍ଚ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top