ଆମ ସଂସ୍କୃତି, କଳା ଓ ଐତିହ୍ୟ

ବୌଦ୍ଧ ମହୋସôବର ଚତୁର୍ଥ ସନ୍ଧ୍ୟା ପଶ୍ଚିମ ଓଡିଶାକୁ ବାଦ ଦେଇ ଓଡିଶା ଗଠନ ଅସମ୍ଭବ –ପ୍ରଫୁଲ ସମାଲ

ବୌଦ୍ଧ, ୦୬ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ମହୋସôବ ଓ ପଲ୍ଳିଶ୍ରୀ ମେଳାର ଚତୁର୍ଥ ଦିବସରେ ମୁ୍ଖ୍ୟଅତିଥି ଭାବେ ମହିଳା ଶିଶୁ ବିକାଶ ,ସମାଜିକ ନିରପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ କ୍ଷୁଦ୍ର,ସ୍ୱଳ୍ପ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ ସମାଲ ଯୋଗଦେଇଥିଲେ । ଜିଲା ମହୋସôବ କମିଟିର ଅଧକ୍ଷ ତଥା ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ଡ. ଚର୍ତ୍ତୁଭୁଜ ମେହେର, ପ୍ରଖ୍ୟାତ ଚଳଚିତ୍ର ତାରକା ଅଟଳ ବିହାରୀ ପଣ୍ଡା, ରାଜ୍ୟ ଓପେପା ନିଦେ୍ର୍ଦଶକ ମହେନ୍ଦ୍ର କୁମାର ମଲିକ, ସୋନପୁର ଜିଲାପାଳ ଦାଶରଥି ଶତପଥି ଓ ବୌଦ୍ଧ ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୂମାର ପଟନାୟକ ଯୋଗ ଦେଇଥିଲେ । ବୌଦ୍ଧ ହେଉଛି ପ୍ରଭୁ ବୁଦ୍ଧଙ୍କ ମାଟି ପ୍ରକୃତିର ଗନ୍ତାଘର ଓ କଳା, ସଂସ୍କୃତିରେ ପରିପୁର୍ଣ୍ଣ ବୋଲି ଯୋଗ ଦେଇଥିବା ଅତିଥି ମାନେ ପ୍ରକାଶ କରିଥିଲେ । ପଶ୍ଚିମ ଓଡିଶା ହେଉଛି ପ୍ରକୃତ ଓଡିଶା ଓ ପଶ୍ଚିମ ଓଡିଶାକୁ ବାଦ ଦେଇ ଓଡିଶା ଗଠନ ଅସମ୍ଭବ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାମଲ ପ୍ରକାଶ କରିବା ସହ ଓଡିଆ ଭାଷାକୁ ମାନ୍ୟତା ଦିଆଯାଉ ନଥିବା ବେଳେ ସେ ସମୟରେ କବି ଗଙ୍ଗାଧର ମେହେର ଓଡିଆ ଭାଷାର ପରିଚୟ ସୃଷ୍ଟି କରିପାରି ଥିଲୋ ସମ୍ମାନୀତ ଅତିଥି ଚଳଚିତ୍ର ତାରକା ଶ୍ରୀ ପଣ୍ଡା ନିଜର ନିଷ୍ଠା ଆଗରେ ବୟସ ହାର ମାନେ ବୋଲି କହିବା ସହ ମୁଁ ଆଜି ୮୮ ବର୍ଷରେ ପାଦ ଦେଇଥିଲେ ସୁଧା କେବେ କାର୍ଯ୍ୟରେ ପଛଘୁଞ୍ଚା ଦେଇନାହିଁ , ଏଣୁ ସମସ୍ତେ କଠୋରତା ସହିତ କାମ କଲେ ସଫଳତା ଆପେ ଆପେ ମିଳିଯାଏ ବୋଲି ଯୁବକମାନଙ୍କୁ ଆହ୍ୱାନ କରିଥିଲେ । ବୌଦ୍ଧ ବିଡିଓ ନିହାର ରଂଜନ କହଁର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ପୁରୀ ଚାରୁ ନାଟ୍ୟମ୍ ପକ୍ଷରୁ ଓଡିଶୀ ଗୀତା ଗୋବିନ୍ଦ ଓ କୃଷ୍ନରସ, ଅନୁଗୋଳ ତାଳଚେର ଅମୃତ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ କାଲିଜାଇ, ଢେଙ୍କାନାଳ ଡି.ସି.ସି ପକ୍ଷରୁ ଲୋକ ନୃତ୍ୟ, ବଲାଙ୍ଗିର ଡି.ସି.ସି ପକ୍ଷରୁ ସମ୍ବଲପୁରୀ ନୃତ୍ୟ , ବୌଦ୍ଧ ଏ.ଡବ୍ଳ୍ୟୁ .ଏ କଲଚର ସେକ୍ସନ ପକ୍ଷରୁ ଦଣ୍ଡ ଝଲକ, ସୋନପୁର ରୁପଶ୍ରୀ ଅନୁଷ୍ଠାନ ପକ୍ଷରୁ ପଞ୍ଚରସୀ ଲୋକନୃତ୍ୟ ଓ କଲିକତା ଅନୁରାଧା ରାୟ ପକ୍ଷରୁ ବେଙ୍ଗଲି ଲୋକ ନୃତ୍ୟ ମା-ମାଟି ପରିବେଷଣ ହୋଇଥିଲା । ପଶ୍ଚିମ ଓଡିଶାର ସମ୍ବଲପୁରୀ ନୃତ୍ୟ ଶିତୁଆ ରାତିରେ ଦର୍ଶକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top