ବୌଦ୍ଧ, ୨୬ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏକ ମହିଳା ଆତ୍ମସୂରକ୍ଷା ତାଲିମ ଶିବିର ମଙ୍ଗଳବାର ସକାଳେ ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ମ୍ବରୁଧର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରର ଉଦଘାଟନୀ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବରେ ଉପଜିଲ୍ଲାପାଳ ଏନ୍. ସି. ଜ୍ୟୋତିରଞନ ନାଏକ ଯୋଗଦେଇ ମହିଳାମାନଙ୍କ ଆତ୍ମସୂରକ୍ଷା ପାଇଁ ତାଲିମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ଶିବିରରେ ଛାତ୍ରୀମାନଙ୍କୁ ଯେକୌଣସି ବିପଦ ସମୟରେ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ କୌଶଳ ସଂପର୍କରେ ତାଲିମ ପ୍ରଦାନ କରାଯିବ। ଉଦଘାଟନୀ ଉତ୍ସବ ଅବସରରେ ଅନ୍ୟତମ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର, ଜିଲ୍ଲା ସଂଯୋଜକ ଡଃ. ସୁବର୍ଣ୍ଣା ମିଶ୍ର, ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଜୟନ୍ତୀ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜ ଜୀବନରେ କୌଣସି ବିପଦ ସମୟରେ ନିଜ ନିଜର ଆତ୍ମସୂରକ୍ଷା ପାଇଁ ଏହି ଶିବିରରେ ଅଂଶ ଗ୍ରହଣ କରି ବିଭିନ୍ନ କୌଶଳ ଉପରେ ତାଲିମ ନେବାକୁ ପରାମର୍ଶ ଦେଇଥିଲେ। ଏହି ୧୨ ଦିନିଆ ତାଲିମ ଶିବିରରେ ୧୮୦ ଜଣ ଛାତ୍ରୀ ଭାଗ ନେଇଥିବା ବେଳେ ମାଷ୍ଟର ଟ୍ରେନର ଭାବେ ସ୍ୱାଗତୀକା ମହାକୁଡ଼ ଓ ସଂଧ୍ୟାରାଣୀ ସାହୁ ପ୍ରମୁଖ ତାଲିମ ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଛି। ମହାବିଦ୍ୟାଳୟର ଲାଇବ୍ରେରିଆନ ଶଙ୍କର ପ୍ରସାଦ ମିଶ୍ର ମଂଚ ପରିଚାଳନା କରିଥିବା ବେଳେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଜୟନ୍ତୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଓଡ଼ିଆ ପ୍ରାଧ୍ୟାପିକା ଶ୍ରଦ୍ଧାମୟୀ ପୁରୋହିତ ଧନ୍ୟବାଦ ପ୍ରଦାନ କରିଥିଲେ। ଶିବିର ପରିଚାଳନାରେ ପ୍ରଧ୍ୟାପକ ସଦାନନ୍ଦ ମାହାର ଓ ଓଡ଼ିଆ ପ୍ରଧ୍ୟାପକ ନୂତନ ଖମାରି ପ୍ରମୁଖ ସହଯୋଗ କରିଥିଲେ।
