ବୌଦ୍ଧ : ଭୋଟର ତାଲିକା ସଂଶୋଧନ ରାଜନୈତିକ ଦଳଙ୍କ ସହ ବୈଠକ

ବୌଦ୍ଧ,୦୭ା୦୬(ଓଡ଼ିଆ ପୁଅ-ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟରଙ୍କ ନାମ ସଂଯୁକ୍ତ କରାଯିବାକୁ ଏକୁ ଆଲୋଚନା ବୈଠକ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ନିମାଇଁ ଚରଣ ସୁତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇ କିପରି ନିରପେକ୍ଷ ଭାବରେ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ସେ ସଂପର୍କରେ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଜୁଲାଇ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ତାଲିକା ସଂଶୋଧନ ଓ ନୂତନ ନାମ ସଂଯୁକ୍ତ କରାଯିବ । ପ୍ରତ୍ୟେକ ବୁଥ୍ ସ୍ତରରେ ବୁଥ ଅଧିକାରୀମାନେ ଏହି ସମୟ ମଧ୍ୟରେ ଭୋଟର ତାଲିକା ସହିତ ଉପସ୍ଥିତ ରହିବାକୁ ନିଦେ୍ର୍ଦଶ ଦିଆଯାଇଥିବାବେଳେ ରାଜନୈତିକ ଦଳର ବୁଥ୍ ସ୍ତରର ଏଜେଂଟମାନେ ଏହି ତାଲିକା ସଂପର୍କରେ ଅବଗତ ହେବା ସହିତ ଆବଶ୍ୟକୀୟ ସଂଶୋଧନ କିମ୍ବା ନୂତନ ନାମ ସଂଯୁକ୍ତ କରିପାରିବେ । ଜିଲାରେ ଏଥିପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଓ ପ୍ରଚାର ପତ୍ର ମାଧ୍ୟରେ ଜନସାଧାଣଙ୍କୁ ଅବଗତ କରାଇବାକୁ ନିଷ୍ପତି ଗ୍ରହଣ କରାଯାଇଛି । ତେବେ ଭୋଟର ତାଲିକାର ଫାଇନାଲ ତାଲିକା ପ୍ରକାଶ ପାଇବା ପରେ ଗତ ନିର୍ବାଚନରେ କିଛି ଭୋଟରଙ୍କ ନାମକୁ ଉଦେ୍ଦଶ୍ୟମୂଳକ ଭାବରେ କାଟି ଦିଆଯାଇଥିବା ନେଇ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଭୋଟର ତାଲିକା ପ୍ରସ୍ତୁତି ବେଳେ ଏନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ରାଜନୈତିକ ଦଳର ପ୍ରତିନିଧିମାନେ ଅନୁରୋଧ କରିଥିଲେ । ଏହି ବୈଠକରେ ଜିଲା କଂଗ୍ରେସ କମିଟି ସଭାପତି ନାରାୟଣ ପ୍ରସାଦ ପରିଜା,ବିଜେଡିର ବରିଷ୍ଠ ନେତା ଅଶୋକ କୁମାର ସାହୁ,ଆମ ଆଦମି ପାର୍ଟି ନେତା ସମରେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *