ଜିଲ୍ଲା ପରିକ୍ରମା

ବୌଦ୍ଧ ବାଇପାସ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ, ଜମି ହରାଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ – ବାଚସ୍ପତି

ବୌଦ୍ଧ,୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଠାରେ ବହୁ ପ୍ରତୀକ୍ଷିତି ବାଇପାସ ନିର୍ମାଣକୁ ବାଚସ୍ପତି ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ବୌଦ୍ଧଜିଲାରେ ପୁରୁଣାକଟକ,ବୌଦ୍ଧ ଓ ମନମୁଣ୍ଡା ଠାରେ ତିନୋଟି ସ୍ଥାନରେ ବାଇପାସ ନିର୍ମାଣ ସହିତ ଛୋଟ ଛୋଟ ପୋଲ ଗୁଡିକ ଓ ଜାତୀୟ ରାଜପଥର ପ୍ରସସ୍ତିକରଣ(ଫୋର ଲେନ) କରାଯିବାକୁ ବାଚସ୍ପତି ଶ୍ରୀଅମାତଙ୍କ ଉଦ୍ୟମକ୍ରମେ ୨୬୨ କୋଟି ଟଙ୍କା ମଂଜୁର ହୋଇଥିଲା । ମନମୁଣ୍ଡା ଠାରେ ଜମି ଅଧିଗ୍ରହଣ ପ୍ରକି୍ରୟା ସମାପ୍ତ ହୋଇ ବାଇପାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବାବେଳେ ବୌଦ୍ଧଠାରେ ବହୁ ପ୍ରତୀକ୍ଷିତ ବାଇପାସ ନିର୍ମାଣ ପାଇଁ ବାଚସ୍ପତି ଶ୍ରୀଅମାତ ବୁଧବାର ଶିଳାନ୍ୟାସ କରିଛନ୍ତି । ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ମହାନଦୀ ବ୍ରିଜ୍ ଛକଠାରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରୀଅମାତ ଜିଲାର ବିକାଶ ଦିଗରେ ସମସ୍ତଙ୍କର ସହଯୋଗ ପାଇଁ ଆହ୍ୱାନ ଜଣାଇବା ସହିତ ଏହି ବହୁ ପ୍ରତୀକ୍ଷିତ ବାଇପାସ ନିର୍ମାଣରେ ଜମି ହରାଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ବୌଦ୍ଧ ଓ ହରଭଙ୍ଗା ବ୍ଲକର ଟୁଟୁରୁସିଙ୍ଗା,ପଲାସ,ଯୋଗୀବେରେଣୀ,ବୁଟୁପାଲି ଓ ରଇଠାଣୀ ଏହିପରି ୫ ଟି ରାଜସ୍ୱ ଗ୍ରାମକୁ ସଂଯୋଗ କରୁଥିବା ଏହି ବାଇପାସ ନିର୍ମାଣ ଦ୍ୱାରା କେବଳଯେ ଦୁର୍ଘଟଣା ରୋକିବ ତାହାନୁହେଁ ବୌଦ୍ଧ ଏନଏସିକୁ ମୁନସିପାଲିଟି କରାଯିବାକୁ ଉଦ୍ୟମ ମଧ୍ୟ ସଫଳ ହୋଇପାରିବ ବୋଲି ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପାଇପାସ ନିର୍ମାଣ ପାଇଁ ୪୬ ଏକର ଜମି ଅଧିଗ୍ରହଣ କରାଯିବାକୁ ଥିବାବେଳେ ଏଥିରୁ ଟୁଟୁରୁସିଙ୍ଗା ମୌଜାରେ ୧୩ ଏକର,ପଲାସ ମୌଜାରୁ ପ୍ରାୟ ୧୧ ଏକର,ଯୋଗିବେରେଣୀ ମୌଜାରୁ ୧୧.୫ ଏକର, ରଇଠାଣୀ ମୌଜାରୁ ୬ ଏକର ଓ ବୁଟୁପାଲି ମୌଜାରୁ ୩.୫ ଏକର ଏହିପରି ସର୍ବମୋଟ୍ ୧୪୦ ଜଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯିବ । ଏହି ଅବସରରେ ବାଇପାସ ନିର୍ମାଣ ପାଇଁ ସ୍ୱଇଛାରେ ଜମି ଯୋଗାଇ ଦେଉଥିବା ୫ ଜଣ ଗ୍ରାମବାସୀଙ୍କୁ ବାଚସ୍ପତି ଶ୍ରୀଅମାତ ଓ ଅନ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ବୌଦ୍ଧ ଏକ ସ୍ୱତନ୍ତ୍ର ଜିଲା ମାନ୍ୟତା ପାଇବାର ୨୪ବର୍ଷ ପରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲାଯାଇ ପାରିଥିବାବେଳେ ଗମନା ଗମନ କ୍ଷେତ୍ରରେ ଅନେକ ବିକାଶ ହୋଇପାରିଛି । ମହାନଦୀ ଉପରେ ଆଠମଲ୍ଲିକ ଧଳପୁର ସଂଯୋଗ ପାଇଁ ଦ୍ୱତୀୟ ସେତୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ କଂଟାମାଳ ବ୍ଲକରୁ ତରଭା,ଜାମୁଟ୍ ଓ ତୁଷରା କୁ ସଂଯୋଗ ପାଇଁ ତେଲ ନଦୀ ଉପରେ ତିନୋଟି ସେତୁ ନିର୍ମାଣ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଫଳରେ ବୌଦ୍ଧ ଜିଲାର ଚାରିପଟେ ରହିଥିବା ପୋଡଶୀ ଜିଲା ଗୁଡିକୁ ସଡକ ପଥରେ ଉତ୍ତମ ସଂଯୋଗ ହୋଇପାରିବ । ଏହି ଅବସରରେ ବୌଦ୍ଧ ସହର ମଧ୍ୟରେ ବୁଟୁପାଲି ରାସ୍ତାରେ ଜାତୀୟ ରାଜପଥ ରେ ରହିଥିବା ଏକ ପୂରାତନ ପୋଲର ପୁନଃ ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଛି । ଏହି ଶିଳାନ୍ୟାସ ଉତ୍ସବ ଅବସରରେ ଅନ୍ୟତମ ଅତିଥି ଭାବରେ କଂଟାମାଳ ବିଧାୟକ ତଥା ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ମହିଧର ରଣା,ଅନଗୁଳ ବିଧାୟକ ରଜନୀକାନ୍ତ ସିଂହ,ବୌଦ୍ଧଜିଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ବୌଦ୍ଧବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ୍,ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ, ମୁରୁଷୁଣ୍ଢି ଓ ସରସରା ସରପଂଚ ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top