ବୌଦ୍ଧ ବନ ବିଭାଗର ଚଢାÿଉ, ଦୁଇଟି ହାତୀଦାନ୍ତ ସହ ଦୁଇ ଜଣ ଅଟକ

ବୌଦ୍ଧ,୧୪ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ହାତୀଦାନ୍ତ ସହ ଦୁଇଜଣ ହାତୀଦାନ୍ତ ଚାଲାଣକାରୀଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି । ସୋମବାର ଦିନ ବୌଦ୍ଧ ଡ଼ିଏଫଓ ଯଶବନ୍ତ ସେଠୀ ଜିଲା ବାହାରକୁ ହାତୀଦାନ୍ତ ଚାଲାଣ ହେବା ନେଇ ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଖବର ପାଇବା ପରେ ତାଙ୍କ ନଦେ୍ର୍ଦଶରେ ମନମୁଣ୍ଡା ରେଞ୍ ଅଧିକାରୀ ସରୋଜ ମିଶ୍ର ଓ ଏସିଏଫ ସୁସୀଲ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ପ୍ରଥମେ ଦୁଇଜଣ କର୍ମଚାରୀଙ୍କୁ ହାତୀଦାନ୍ତ ବେପାରୀ ହିସାବରେ ସେମାନଙ୍କ ନିକଟକୁ ପଠାଗଲା । ସୋମବାର ରାତିରେ ହାତୀଦାନ୍ତ ଚାଲାଣକାରୀଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କୁ କଂଟାମାଳ ରେଞର ମାତାକୁପା ଘାଟି ରାସ୍ତାରେ କିଣାବିକା କରିବା ପାଇଁ ଡ଼କାଗଲା ,ସେଠାରେ ମୁଳଚାଲ ଚାଲିଥିବା ସମୟରେ ବନ ବିଭାଗ ତଥା ପୁଲିସର ସହଯୋଗରେ ଚଢାଉ କରି ଦୁଇଟି ହାତୀଦାନ୍ତ ଜବତ କରାଯିବା ସହ ହାତୀଦାନ୍ତ ଚାଲାଣକାରୀ ଆଞେଲ କହଁର (୨୫) ଓ ସୁନାଭଞ ବଘାର (୩୫)ଙ୍କୁ ଅଟକ ରଖାଯାଇଥିବା ବୌଦ୍ଧ ଡ଼ିଏଫଓ ଶ୍ରୀ ସେଠୀଙ୍କ ଠାରୁ ପ୍ରକାଶ । ହାତୀଦାନ୍ତ ଚାଲାଣକାରୀ ଦୁଇ ଜଣ କନ୍ଧମାଳ ଜିଲା ସୁତାନୀ ଗ୍ରାମର ବୋଲି ଜଣା ପଡ଼ିଛି । ଜବତ କରାଯାଇଥିବା ଦୁଇଟି ହାତୀଦାନ୍ତ ୭୦ ସିଏମ୍ ଳେଖାଏଁ ଲମ୍ବା ହୋଇଥିବାବେଳେ ସେମାନଙ୍କର ଓଜନ ୫.୯ କିଲୋ ବୋଲି ସୂଚନା ଦିଆଯିବା ସଙ୍ଗେ ସଙ୍ଗେ ଏହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ହେବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *