ଜିଲ୍ଲା ପରିକ୍ରମା

ବୌଦ୍ଧ ପୋଲିସ ପକ୍ଷରୁ ପରୀ ର ଜନ୍ମଦିନ ପାଳନ

ବୈାଦ୍ଧ, ୧୨ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) :ସାରା ରାଜ୍ୟରେ ନାବାଳିକା ଓ ମହିଳା ସୁରକ୍ଷା ନେଇ ସଚେତନତା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପରୀ ରଥ ଯାତ୍ରା କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ସମାଜରେ ଶିଶୁକନ୍ୟା ମାନଙ୍କ ସୂରକ୍ଷା ଓ ଅପରାଧି ମାନସିକତାରେ ପରିବର୍ତ୍ତନ ର ବାର୍ତ୍ତା ନେଇ ଆଜି ବୌଦ୍ଧ ଏନଏସି ନିକଟରେ ଥିବା ବନ୍ୟା ଆଶ୍ରୟସ୍ଥଳୀରେ ପରୀର ଜନ୍ମଦିନ ପାଳନ କରାଯିବା ଅବସରରେ ଛୋଟ ଛୋଟ ଶିଶୁମାନଙ୍କ ଦ୍ୱାରା କେକ୍ କଟାଯିବା ସହିତ ମିଷ୍ଟାନ୍ନ୍ ବଂଟନ କରାଯାଇଥିଲା। ଏହି ଅବସରରେ ବୌଦ୍ଧଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଳ କୁମାର ପାଣିଗ୍ରାହୀ ଯୋଗଦେଇ ପରୀମାନଙ୍କ ସୁରକ୍ଷାର ଦାୟିତ୍ୱ ଆମ ସମସ୍ତଙ୍କର ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ମିଶ୍ର ଜିଲାରେ ପରୀ ରଥର ସଫଳ ସଚେତନତା ଯାତ୍ରା ପାଇଁ ଜିଲା ପୋଲିସର ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବରେ ଏସଡିପିଓ ସାଲେଷ୍ଟିନ ଟିଗା, ଡିଏସପି ବିପିନ ବିହାରୀ ବେହେରା ଓ ରାମକୃଷ୍ଣ ପାଢି ଯୋଗଦେଇଥିଲେ। ଶେଷରେ ଏସଡିପିଓ ସାଲେଷ୍ଟିନ ଟିଗା ନିଜର ବକ୍ତବ୍ୟ ରଖିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top