ଓଡ଼ିଶା

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ: ଗୁଣାତ୍ମକ ଶିକ୍ଷାର ବିକାଶ ସମସ୍ତଙ୍କର ଦାୟିତ୍ୱ … ବାଚସ୍ପତି

ବୌଦ୍ଧ, ୧୬ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧର ସର୍ବପୂରାତନ ଉଚ୍ଚଶିକ୍ଷା ଅନୁଷ୍ଠାନ ତଥା ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ ଯୋଗଦେଇ ଶିକ୍ଷାନୁଷ୍ଠାନ ଗୁଡିକରେ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅନେକ ସମସ୍ୟା ମଧ୍ୟରେ ଗତି କରିଥିଲେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଶିକ୍ଷାଦାନ କ୍ଷେତ୍ରରେ ସୁନାମ ବଜାୟ ରଖିଥିବାରୁ ଏହାର ପ୍ରତିଷ୍ଠାତା ସ୍ୱର୍ଗତ ନଟବର ପ୍ରଧାନ ଶିକ୍ଷାର ବିକାଶ ଦିଗରେ ଅଂଚଳ ପାଇଁ ଦେଖିଥିବା ସ୍ୱପ୍ନ ସାକାର ହୋଇଥିବା ଶ୍ରୀଅମାତ ପ୍ରକାଶ କରିଥିଲେ। ତେବେ ଶିକ୍ଷାନୁଷ୍ଠାନ ସହିତ ଅଭିଭାବକମାନଙ୍କୁ ଯୋଡିବା ଉପରେ ଶ୍ରୀଅମାତ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ହେବାକୁଥିବା କାର୍ଯ୍ୟକ୍ରମ ଗୁଡିକରେ ଅଭିଭାବକଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିବାକୁ ଏହି ଅବସରରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶିକା ଡଃ. ପ୍ରିତିପ୍ରଭା ଭୋଳ.ବøଦ୍ଧଗଡ ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ, ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶାନ୍ତିରାଣୀ ଦାସ, ଉପଜିଲାପାଳ ଏନ ସି ଜ୍ୟୋତିରଂଜନ ନାଏକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡମ୍ବରୁଧର ଭୋଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟରେ ଶିକ୍ଷା ପରିବେଶ ରକ୍ଷା କରିବା ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଛାତ୍ର ସଂସଦର ଉପଦେଷ୍ଟା ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଛାତ୍ର ସଂସଦର ସାଧାରଣ ସଂପାଦକ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଉପସଭାପତି ମହାବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର ଶାନ୍ତିଦୂତ କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବହୁଦିନର ଦାବି ଏକ ସାଇକେଲ ଷ୍ଟାଣ୍ଡ ଓ ପାନୀୟଜଳ ସୁବିଧା କରାଇବା ପାଇଁ ମୁଖ୍ୟଅତିଥିଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top