ବୌଦ୍ଧ ଧନୁଯାତ୍ରାର ତୃତୀୟ ସଂନ୍ଧ୍ୟା ନାଟକ ମଥୁରାର କଳଚାନ୍ଦ ଗୋପରେ ବଢୁଛି ମଞ୍ଚସ୍ଥ

ବୌଦ୍ଧ, ୧୨ା୧୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଭୈରବୀ ପଡିଆଠାରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଚାଲିଥିବା ଧନୁଯାତ୍ରା ନାଟ୍ୟୋତ୍ସବର ତୃତିୀୟ ଦିବସ ସଂନ୍ଧ୍ୟାରେ ନାଟକ ମଞ୍ଚସ୍ଥ ହେଲା ମଥୁରାର କଳଚାନ୍ଦ ଗୋପରେ ବଢୁଛି।ଏହି ନାଟକରେ ଶକଟା ସୁର ବଧ ଠାରୁ ଆରମ୍ଭ ହୋଇ କୃଷ୍ନ ବାଲ୍ୟ ଲିଳା, ମାଟିଖିଆ ଜାମଳା ଅର୍ଜୁନ ଭଞନ, ବିଶ୍ୱରୁପ ଦର୍ଶନ, ବକାସୁର ଓ ଅଘାସୁର ବଧ, ନଟୁ ଚୋରୀ, ଦଧି ଚୋରୀ, ଧେନୁକା ସୁର ବଧ ପର୍ପ୍ୟନ୍ତ ପରିବେଷଣ ହୋଇଥିଲା। ଏହା ସହ ନିର୍ବାକ ନୃତ୍ୟ ନାଟିକା ଭୃଗୁପତି ପର୍ଶୁରାମ ପରିବେଷଣ କରାଯାଇଥିଲା। ଦୀର୍ଘ ୯ ଦିନ ଧରି ହେବାକୁଥିବା ଏହି ନାଟ୍ୟତ୍ସୋବରେ ବୌଦ୍ଧଜିଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚିତ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁ କୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ କରାଯାଉଛି। ଏହି ଯାତ୍ରା ସମୟରେ ସହରବାସୀଙ୍କୁ ନାଟକର ଭାବଧାରାରେ ବାନ୍ଧି ରଖିବା ପାଇଁ ସହରର ବିଭିନ୍ନ ଛକଜାଗା ମାନଙ୍କରେ ପଥପ୍ରାନ୍ତ ନାଟକ ଆୟୋଜନର ବ୍ୟବସ୍ଥା କରାଯାଇଛି। ନାଟକରେ କଂସ ଭୁମିକାରେ ବାବୁଲାଲ ପ୍ରଧାନ, ଶକଟ ଭୁମିକାରେ ପିତବାସ ମେହେର, ବସୁଦେବ ଭୁମିକାରେ ଲୋକନାଥ ମେହେର, ଦେବକୀ ଭୁମିକାରେ ସହଦେବ ବଗର୍ତ୍ତିୀ, କୃଷ୍ନ ଭୁମିକାରେ ରୋହିତ ଓ ବଳରାମ ଭୁମିକାରେ ପୁପୁନ, ନନ୍ଦ ଭୁମିକାରେ ଇନ୍ଦ୍ରମଣି ଓ ଯଶୋଦା ଭୁମିକାରେ ସାନୁର୍ଯ୍ୟ ବାରିକ ଅଭିନୟ କରୁଛନ୍ତି। ଏହି ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ଗହଳି ଲାଗିରହୁଛି।

Leave a Reply

Your email address will not be published. Required fields are marked *