ଜିଲ୍ଲା ପରିକ୍ରମା

ବୌଦ୍ଧ ତହସିଲ କିରାଣିଙ୍କ ଅକାଳ ବିୟୋଗ

ବୌଦ୍ଧ, ୧୧ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ତହସିଲର କନିଷ୍ଟ କିରାଣି ପ୍ରଫୁଲ ମିଶ୍ର (ବୁଲୁ) ଙ୍କର ଅକାଳ ବିୟୋଗ ହୋଇଯାଇଛି। ସେ କିଛି ଦିନ ହେଲା ସିକ୍ଲିନ ରୋଗରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ଜଣେ ସଚ୍ଚୋଟ, କର୍ତବ୍ୟପରାୟଣ ଓ ଆଦର୍ଶ କର୍ମଚାରୀ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଜିଲାପାଳ ମଧୂସୂଦନ ମିଶ୍ରଙ୍କ ସମେତ ଅତିରିକ୍ତ ଜିଲାପାଳ, ତହସିଲଦାର, ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ଓ କର୍ମଚାରୀ, ଅଣଗେଜେଟେଡ଼ କର୍ମଚାରୀ ସଂଘର କର୍ମକର୍ତାମାନେ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top