ବୌଦ୍ଧ ଡାକ୍ତରଖାନା ଠାରେ ମାରୱାଡି ଯୁବ ମଂଚ ଦ୍ୱାରା ଅମୃତଧାରା ଉଦ୍ଘାଟିତ

ବୌଦ୍ଧ,୦୯ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ମୁଖ୍ୟ ଚିକିସôାଳୟ ପରିସରରେ ମାରୱାଟି ଯୁବ ମଂଚ ପକ୍ଷରୁ ତୃତୀୟ ପାନୀୟ ଜଳ ପ୍ରକଳ୍ପ ‘ଅମୃତଧାରା’ ଉଦ୍ଘାଟିତ ହୋଇଯାଇଛି । ବାଚସ୍ପତି ପ୍ରଦୀପ କୁମାର ଅମାତ୍ ମୁଖ୍ୟଅତିଥି ରୂପେ ଯୋଗଦେଇ ଅମୃତଧାରା ପ୍ରକଳ୍ପର ଉଦ୍ଘାଟନ କରିବା ସହ ମାରୱାଡି ଯୁବ ମଂଚର ସମାଜସେବା କ୍ଷେତ୍ରରେ ରହିଥିବା ଅବଦାନ ଓ ସକ୍ରିୟତାକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହା ଫଳରେ ପ୍ରକୃତ ଗରିବଲୋକ ଉପକୃତ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିଭାବେ ଅଖିଳ ଭାରତୀୟ ମାରୱାଡି ଯୁବ ମଂଚର ସଂଯୋଜକ ରିଂକୁ ଅଗ୍ରୱାଲ ଯୋଗଦେଇ ଯୁବମଂଚର ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଥିଲେ । ମଂଚ ସଭାପତି ଅଭିଷେକ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଜିଲା ମୁଖ୍ୟ ଚିକିସôା ଅଧିକାରୀ ଡ. ଦୀପିକା ଦତ୍ତରାୟ ଯୋଗଦେଇ ଅମୃତଧାରା ପରିଚାଳନାରେ ଜିଲା ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିବ ବୋଲି ପ୍ରକାଶ କରିଥିଲେ । ମଂଚର ଅମୃତଧାରା ପ୍ରକଳ୍ପ ସଂଯୋଜକ ସୁନିଲ କୁମାର ଅଗ୍ରୱାଲା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ରାଧେଶ୍ୟାମ ସିଘଂଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶାଖା ସଂପାଦକ ବିକାଶ ଅଗ୍ରୱାଲ, ସୁନ୍ଦର ପ୍ରକାଶ ଅଗ୍ରୱାଲ, ସନ୍ଥକୁମାର ଅଗ୍ରୱାଲ, ପବନ କୁମାର ଅଗ୍ରୱାଲ, ନଟବର ଅଗ୍ରୱାଲ, ସୁରଜ ଅଗ୍ରୱାଲ, ମୋହିତ ଅଗ୍ରୱାଲ, ରୋହିତ ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ, କେତନ ଅଗ୍ରୱାଲ, ନାରାୟଣ ଅଗ୍ରୱାଲ, କୁଶ ଅଗ୍ରୱାଲ, ଆଲୋକ ଅଗ୍ରୱାଲ, ଆଶିଷ ଗର୍ଗ, ବିଜୟ ଅଗ୍ରୱାଲ, ଅଶୋକ ଭାମୀ, ହର୍ଷ ଅଗ୍ରୱାଲ, ସଂଜିବ ଅଗ୍ରୱାଲ ଏବଂ ଅନ୍ୟମାନେ ସହଯୋଗ କରିଥିଲେ । ଏହି ଅବସରରେ ବାଚସ୍ପତି ଶ୍ରୀ ଅମାତ ସିଘଂଲ ପରିବାରକୁ ଉତରିୟ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । କାର୍ଯ୍ୟକ୍ରମରେ ମାରୱାଡି ସମାଜର ସଦସ୍ୟମାନଙ୍କ ସହିତ ଅନ୍ୟମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *