ବୌଦ୍ଧ ଠାରେ ଶନି ମହାପ୍ରଭୁଙ୍କ ଚତୁର୍ଥ ବାର୍ଷିକ ମହୋତ୍ସବ, ଏକ ହଜାର ଆଠ ଦୀପ ଦାନ

ବୌଦ୍ଧ, ୨୧ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସ୍ଥାନୀୟ ରଥ ସାହି ସ୍ଥିତ ଶନି ମନ୍ଦିର ଠାରେ ଶନି ମହାପ୍ରଭୁଙ୍କ ଚତୁର୍ଥ ବାର୍ଷିକ ମହୋତ୍ସବ ଏବଂ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ଠାକୁରଙ୍କ ଦୈନନ୍ଦିନ ନିତିକର୍ମ ସହ ସକାଳ ଧୂପ ସଂପୂର୍ଣ୍ଣ କରାଯିବା ପରେ ସ୍ମତନ୍ତ୍ର ପୂଜା ଆରମ୍ଭ ହୋଇଥିଲା। ସକାଳ ୯ ଟାରେ କଳସ ଶୋଭାଯାତ୍ରାରେ ମହାନଦୀର ପବିତ୍ର ଜଳ ଅଣାଯିବା ପରେ କଳସ ସ୍ଥାପନା ପରେ ରାହୁ କେତୁ ଓ ଶନିଙ୍କର ସ୍ୱତନ୍ତ୍ର ବେଶ କରାଯାଇ ବାର୍ଷିକ ପୂଜା ଓ ଶାନ୍ତି ହୋମ ଆରମ୍ଭ କରାଯାଇଥିଲା। ସଂଜୟ କୁମାର ମହାରଣା ଓ ତାଙ୍କ ପତ୍ନୀ ଝିଲି ମହାରଣା କର୍ତା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ପଣ୍ଡିତ ଚିତରଂଜନ ମିଶ୍ର, ପଣ୍ଡିତ ପ୍ରୀୟ ରଂଜନ ପଣ୍ଡା ଓ ସିଦ୍ଦେଶ୍ୱର ପଣ୍ଡା ପୁଜା ଓ ହୋମ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ପଣ୍ଡିତ ଶ୍ୟାମସୁନ୍ଦର ଝା ଓ ଭକ୍ତମାନଙ୍କ ଦ୍ୱାରା ସାମୁହିକ ୧୦୮ ଶନି ଚାଳିଶା ପାଠ କରାଯାଇଥିଲା। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମୁହିକ ଭାବେ ଏକ ହଜାର ଆଠ ତେଲଦୀପ ପ୍ରଜ୍ୱଳନ କରାଯାଇଥିଲା। ଅପରାହ୍ନରେ ବିନିକାର ସୁଶ୍ରୀ ବନ୍ଦିତା ନାଏକଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା। ସଂନ୍ଧ୍ୟାରେ ସ୍ୱତନ୍ତ୍ର ବେଶ, ସଂନ୍ଧ୍ୟା ଧୂପ, ଶନିମେଳା ଅନୁଷ୍ଠିତ ହୋଇ ପୂର୍ଣ୍ଣାହୂତି କରାଯାଇଥିଲା। ଏହି ଅବସରରେ ଦିନସାରା ହଜାର ହଜାର ଭକ୍ତମାନେ ଦର୍ଶନ ପୂଜାପାଠ କରିବା ସଙ୍ଗେ ସଙ୍ଗେ ସଂକିର୍ତନ ମଣ୍ଡଳି ଭକ୍ତମାନଙ୍କ ଦ୍ୱାରା ନାମ ସଂକିର୍ତନ, କମିଟୀ ପକ୍ଷରୁ ଦିନସାରା ଅନ୍ନପ୍ରସାଦ ବିତରଣ କରାଯାଇଥିଲା। ସଭାପତି ସଂଜୀବ କୁମାର ମହାପାତ୍ର, ସଂପାଦକ ବିଜ୍ଞାନ କୁମାର ସାହୁ, ଚର୍ତୁଭୂଜ ଦାସ, ଉପଦେଷ୍ଟା କାହ୍ନୁ ମିଶ୍ର, ଉପଦେଷ୍ଟା ତ୍ରିପୁରାରୀ ମିଶ୍ର, ଶ୍ୟାମସୁନ୍ଦର ଅଗ୍ରୱାଲା, ସମ୍ପଦ କୁମାର ଅଗ୍ରୱାଲା, କୋଷାଧ୍ୟକ୍ଷ ସଂଜୟ ମହାରଣା, ରାଧେଶ୍ୟାମ ସିଂ, ସୁଶାନ୍ତ କୁମାର ମିଶ୍ର, ଶଂକର ପ୍ରସାଦ ମିଶ୍ର, ରାଜେନ୍ଦ୍ର କୁମାର ମିଶ୍ର, ଝରିଆ ବାରିକ, କେତନ ଅଗ୍ରୱାଲା, ସୁରେଶ ମହାପାତ୍ର, ଦିଲୀପ ବେହେରା ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *