ଜିଲ୍ଲା ପରିକ୍ରମା

ବୌଦ୍ଧ ଜିଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ, ୦୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ବୌଦ୍ଧ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ମଂଚର ସଭାପତି ଅଖିଳ ଚାନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶେଷତଃ ବରିଷ୍ଠ ନାଗରିକମାନଙ୍କୁ ଜିଲାରେ ପରିଚୟପତ୍ର ପ୍ରଦାନ କରାଯାଉନଥିବା ନେଇ ଆଲୋଚନା କରାଯାଇଥିଲା। ପୋଡଶୀ କନ୍ଧମାଳ ଓ ସୁବର୍ଣ୍ଣପୁର ଜିଲାର ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ବୌଦ୍ଧର ବରିଷ୍ଠ ନାଗରିକମାନେ ଏହି ସୁବିଧାର ବଂଚିତ ହୋଇଥିବାରୁ ବୈଠକରେ ଉଦବେଗ୍ ପ୍ରକାଶ କରାଯାଇଥିଲା। ଜିଲାର କଂଟାମାଳ ଥାନା ଅଂଚଳରେ ୩୨ଜଣ, ମନମୁଣ୍ଡାରେ ୩୨ ଜଣ ଓ ବୌଦ୍ଧଥାନା ଅଂଚଳରେ ୩୭ ଜଣଙ୍କୁ ଚିହ୍ନଟ କରାଯାଇ ପୋଲିସ ପକ୍ଷରୁ ପରିଚୟପତ୍ର ବଂଟନ କରାଯାଇଥିବାବେଳେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇନଥିବା ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି। ଆହୁରି ମଧ୍ୟ ଜିଲାରେ ଆଉ ୩ଟି ଥାନା ପୁରୁଣାକଟକ, ହରଭଙ୍ଗା ଓ ବାଉଁଶୁଣୀ ଥାନା ଅଂଚଳରେ ଏପର୍ଯ୍ୟନ୍ତ ଜଣେ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇନାହିଁ। ଜିଲା ପୋଲିସ କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ଦରଖାସ୍ତ ଦାଖଲ ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ମଂଚ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଆଗାମୀ ୩୦ ତାରିଖ ସୁଦ୍ଧା ପରିଚୟ ପତ୍ର ପ୍ରଦାନ କରାନଗଲେ ତା୦୫ା୧୦ା୧୮ ତାରିଖରେ ବୌଦ୍ଧ ବନ୍ଦ ଭଳି କାର୍ଯ୍ୟାନୁଷ୍ଠାନ କରାଯିବା ସହ ଜିଲା ପୋଲିସ ମୁଖ୍ୟାଳୟରେ ବରିଷ୍ଠ ନାଗରିକମାନେ ଗଣଧାରଣାରେ ବସିବେ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ମଂଚର ସଂପାଦକ ଅକ୍ଷୟ କୁମାର ମହାନ୍ତିଙ୍କ ସମେତ ମଂଚର ବହୁ ସଂଖ୍ୟାରେ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top