ଜିଲ୍ଲା ପରିକ୍ରମା

ବୌଦ୍ଧ ଜିଲା କଲଚରାଲ ଏକାଡେମୀର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା କଲଚରାଲ ଏକାଡେମୀର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ବୌଦ୍ଧ ଯୋଗିନ୍ଦ୍ର ଦେବ ଶତବାର୍ଷିକୀ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। କଲଚରାଲ ଏକାଡେମୀର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ମଧୁସୁଦନ ମିଶ୍ର, ସମ୍ମାନୀତ ଅତିଥି ଭାବେ ଗଣେଶରାମ ନାଏକ, କିଶୋର ମିଶ୍ର, ଧୁବ୍ରଚରଣ ଘିବେଲା, ମଦନ ସୁନ୍ଦର କ୍ଷେତୀ ଓ ମୁଖ୍ୟ ବକ୍ତା ଭାବେ ପ୍ରତାପ ଚନ୍ଦ୍ର ରଥ ଯୋଗ ଦେଇଥିଲେ। ଏକାଡେମୀର ସଂପାଦକ ସୁଶାନ୍ତ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଜିଲାପାଳ ଶ୍ରୀ ମିଶ୍ର କେତେଜଣ କାଳଜାୟୀ ପୁରୁଷ ମାନଙ୍କ ପାଇଁ ଓଡିଆଭାଷା ତିଷ୍ଠି ରହିଛି ବୋଲି ମତ ବ୍ୟକ୍ତ କରିଥିଲେ। ଏ ବର୍ଷ ପାଇଁ ସମ୍ବର୍ଦ୍ଧିତ ପ୍ରତିଭା ହେଲେ ବିବେକାନ୍ଦ ପଟନାୟକ ସାହିତ୍ୟ ପୁରସ୍ମାର ଡ, ରାମଚନ୍ଦ୍ର ରାଉତ, (ବାଙ୍କି କଟକ), ପ୍ରଫୁଲ ମହାକୁଳ ସାହିତ୍ୟ ପୁରସ୍କାର ଶ୍ରୀ ଧର ବାଗ (ସୋନପୁର), ଭିକାରୀ ନାଏକ କଳା ଓ ସଙ୍ଗୀତ ପୁରସ୍କାର ଭବାନୀ ଶଙ୍କର ଗହିର (ବୌଦ୍ଧ), ଶିଶୁ ସାହିତ୍ୟ ପୁରସ୍କାର ନିରଞନ ପତି (ଅନୁଗୋଳ),  ବେଣୁଧର ମିଶ୍ର ସାହିତ୍ୟ ପୁରସ୍କାର ହିମାଂଶୁ ହୋତା (ପାଟଣାଗଡ ବଲାଙ୍ଗିର), ଭକ୍ତି ସାହିତ୍ୟ ପୁରସ୍କାର ହରିହର ମେହେର (ବାଉଁଶୁଣୀ ବୌଦ୍ଧ) ଓ ଅଭିଷେକ ପ୍ରଧାନ ଯୁବ ପ୍ରତିଭା ପୁରସ୍କାର କୁଳମଣୀ ମେହେର ( ରାଜକିଶୋର ନଗର) ଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ କଣ୍ଠଶିଲ୍ପି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ସୁର୍ଯେ୍ୟାଦୟ ପର୍ଯ୍ୟନ୍ତ ମଧ୍ୟରାତ୍ର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top