ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ ପାଳିତ

ବୌଦ୍ଧ. ୨୯ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ ପାଳିତ ହୋଇଯାଇଛି। ଜିଲା ଓକିଲ ସଂଘର ସଦସ୍ୟ ମାନେ କୋର୍ଟ ଛକ ପରିସରରେ ଥିବା ମଧୁସୁଦନ ଦାସଙ୍କ ପ୍ରତିମୁର୍ତ୍ତିରେ ଫୁଲମାଳ ସହ ଧୁପ ଦେବା ପରେ ଜିଲା ଓକିଲ ସଂଘ କାର୍ଯ୍ୟଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଆଇନଜୀବୀ ଓମ ପ୍ରକାଶ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ସଭାେରେ ମଧୁବାବୁଙ୍କୁ ଜଣେ ପ୍ରକୃତ ଓଡିଆ ଦାୟଦ, ସେ ଜଣେ ସ୍ୱାଭିମାନ, ଆଜିର ଦିନରେ ତାଙ୍କର ସ୍ମୁତି ଚାରଣ କରିବା ସମସ୍ତ ଓଡିଆ ଜାତିର ଗର୍ବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ମଧୁବାବୁ ଜଣେ ପରୋପକାରୀ ବ୍ୟକ୍ତି ଥିଲେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିବାସହ ତାଙ୍କର ଆଦର୍ଶରେ ଅନୁପା୍ରଣିତ ହେବାକୁ କହିଥିଲେ। ସଭାରେ ସଂଘର ସଂପାଦକ ଅଶୋକ କୁମାର ମିଶ୍ର, ଉପସଭାପତି ଚିତ୍ତରଂଜନ ପାଣିଗା୍ରହୀ, ଦେବରଂଜନ ମହାକୁଳ, ପ୍ରଦୀପ କୁମାର ମହାରଣା, ଦେବରଂଜନ ବିଶି, ପରମେଶ୍ୱର ବିଶି, ବିଶ୍ୱମୋହନ ଶତପଥି, ଜୁଲିୟସ ସିଜର ମହାକୁଳ, ଜାମିନୀ ମୁଖୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *