ବୌଦ୍ଧ ଜିଲାରେ ମିଳିମିଳା ଓ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ

ବୌଦ୍ଧ, ୩୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲାରେ ମିଳିମିଳା ଓ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ ଓ ସ୍ୱତନ୍ତ୍ର ଅତିଥି ଭାବରେ ଜିଳାପାଳ ମଧୁସୂଦନ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତିି। ଏହି ମିଳିମିଳା ଓ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଜାନୁୟାରୀ ୨୯ ତାରିଖରୁ ଆରମ୍ଭ ହୋଇ ଦୁଇମାସ ଯାଏ ଚାଲିବା ପାଇଁ ସ୍ଥିର କରାଯାଇଛି। ବୌଦ୍ଧଜିଲାର ସ୍କୁଲ ଓ ଅନ୍ୟାନ୍ୟ ଅଂଚଳକୁ ମିଶାଇ ପ୍ରାୟ ୧୦୪୪ ଟି କେନ୍ଦ୍ରରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ୯ ମାସରୁ ୧୫ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ଏହି ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଜିଲାର ୮୧ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରଥମ ଦୁଇ ସପ୍ତାହ ସମସ୍ତ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଦିଆଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଶେଷରେ ଏହି ଟୀକାକରଣରୁ ବଂଚିତ ପିଲାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରଦାନ କରାଯିବ। ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ଏକମାସ ବ୍ୟାପି ସହରରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ଟୀକାକାରଣ ନେଇ ସଚେତନତା କରାଯାଇଛି। ୯ ମାସରୁ ୧୫ବର୍ଷ ମଧ୍ୟରେ ଥିବା ଜଣେ ହେଲେ ପିଲା ଏହି ଟୀକାକରଣ କାର୍ଯ୍ୟକ୍ରମରୁ ଯେପରି ବଂଚିତ ନହୁଅନ୍ତି ତାହା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଅଭିଭାବକଙ୍କ ଦାୟିତ୍ୱ ବୋଲି ଜିଳାପାଳ ଶ୍ରୀମିଶ୍ର ଆହ୍ୱାନ ଜଣାଇଛନ୍ତି। ବୌଦ୍ଧଜିଲା ସଂପୂର୍ଣ୍ର ଟୀକାକରଣ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ତେଣୁ ମିଳିମିଳା ଓ ରୁବେଲା ଟୀକାରକଣରେ ମଧ୍ୟ ବୌଦ୍ଧଜିଲାରେ ଶତପ୍ରତିଶତ ସଫଳତା ହାସଲ କରିବା ପାଇଁ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ. ସଦାନନ୍ଦ ମିଶ୍ର ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଟୀକାକରଣ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ, ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନ, ଅତିରିକ୍ତ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ. ଦିପିକା ଦତ୍ତା ରାୟ, ଡ.ଗୌର ପ୍ରସାଦ ମିଶ୍ର, ଡ.ସୁଜାତା ମିଶ୍ର, ଡ. ବନଲତା ଦେବୀ, ଡ.ରାମଚନ୍ଦ୍ର ରାଉତ ଓ ଡିପିଏମ ସୁଜିତ କୁମାର ପଣ୍ଡାଙ୍କ ସମେତ ଜିଲା ସ୍ୱାସ୍ଥ୍ୟ ମିଶନର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *