ବୌଦ୍ଧ ଜିଲାରେ ଅବାଧରେ ଚାଲିଛି ବେଆଇନ ଇଟା ଭାଟି ପ୍ରଶାସନ ନିଦାବିଷ୍ନୁ

ବୌଦ୍ଧ,୦୯ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ରାଜ୍ୟରେ କ୍ରମାଗତ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିବା ଅହେତୁକ ତାପମାତା୍ର ସହିତ ପରିବେଶ ପ୍ରଦୂଷଣ ରେ ରୋକ ଲାଗାଇବା ଓ ଜଙ୍ଗଲର ସୁରକ୍ଷା ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାଠ ଓ କୋଇଲାରେ ପୋଡାଯାଉଥିବା ମାଟିରେ ତିଆରି ଇଟାଭାଟି ଗୁଡିକ ସମ୍ପୁର୍ଣ ଭାବେ ବନ୍ଦ କରିବା ପାଇଁ କଡା କଟକଣା ଜାରି କରିଛନ୍ତି । ଏଥି ସହିତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଉନୟନ ମୂଳକ ଯୋଜନାରେ ନିର୍ମାଣ ହେଉଥିବା ସମସ୍ତ କୋଠାବାଡି ଓ ଘର ଗୁଡିକରେ ପୋଡା ହୋଇଥିବା ମାଟି ଇଟା ବଦଳରେ ଆସ ଇଟା ବ୍ୟବହାର କରିବାକୁ ସ୍ପଷ୍ଟ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଏ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ଓ ଆଗ୍ରହ ସୃଷ୍ଟି କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷପ ନିଆଯାଉଥିବା ବେଳେ ବୌଦ୍ଧ ଜିଲ୍ଲାରେ ସରକାରଙ୍କ ଏହି ଆଭିମୁଖ୍ୟରେ ସମ୍ପୁର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲାର ଅଧିକାଂଶ ପଂଚାୟତରେ ଏବେ ଦିନକୁ ଦିନ ଛତୁ ଫୁଟିଲା ଭଳି ବେଆଇନ ଇଟା ଭାଟି ଗୁଡିକ ଗଢିଉଠିବାରେ ଲାଗିଛି । ସମ୍ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାରିଦ୍ରର ସୀମାରେଖା ତଳେ ବସବାସ କରୁଥିବା ହଜାର ହଜାର ହିତାଧିକାରୀଙ୍କ ପରିବାରଙ୍କୁ ମିଳୁଥିବା ବିଜୁ ପକ୍କାଘର, ମୋ କୁଡିଆ, ଇନ୍ଦିରା ଆବାସ ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସହିତ ଶୌଚାଳୟ ନିର୍ମାଣର ଆବଶ୍ୟକତାକୁ ଉପଲବ୍ଧି କରି ଏହି ବ୍ୟବସାୟରେ ସଂପୃକ୍ତ ଅନେକ ଅସାଧୁ ଇଟା ବ୍ୟବସାୟୀ ସରକାରଙ୍କର ଏହି ନିୟମକୁ ଖୋଲାଖୋଲି ଉଲଂଘନ କରି କାଠ ଓ କୋଇଲା ଦ୍ୱାରା ଶହ ଶହ ମାଟି ଇଟା ଭାଟି ପୋଡା ଯାଉଥିବା ଦେଖିବାକୁ ମିଳିଛି । ଫଳରେ ବହୁ ମୂଲ୍ୟବାନ ଗଛ ନଷ୍ଟ ହେବା ସହ ପରିବେଷ ପ୍ରଦୁଷଣ ସହିତ ଅଂଚଳରେ ଅହେତୁକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଜିଲାର ବିଭିନ୍ନ ଅଂଚଳରେ ଏତେ ସଂଖ୍ୟାରେ ଇଟାଭାଟି ଗୁଡିକ ଅବାଧରେ ପୋଡାଯାଉଥିଲେ ମଧ୍ୟ ରାଜସ୍ୱ ବିଭାଗ ଓ ବନ ବିଭାଗ କିପରି ଏହାର ଟେର ପାଇପାରୁ ନାହି ? ନା ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତ ବର୍ଷ ଏପ୍ରିଲ ମାସ ପା୍ରରମ୍ଭରୁ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ଆରମ୍ଭ କରିଦେଇଥିବା ବେଳେ ଆଗାମି ଦିନରେ ଏହାର କୁପରିଣାମ ଅଧିକ ଜଟିଳ ହେବ ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରିଛନ୍ତି । ବନବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ତଥା ରାଜସ୍ୱ ବିଭାଗର ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏସବୁକୁ ସମ୍ପୁର୍ଣ ବନ୍ଦ କରାଯିବା ପାଇଁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *