ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଛଉନୃତ୍ୟ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୨ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) :ବୌଦ୍ଧ ଜିଲା ବଘିଆପଡା ସ୍ଥିତ ପାଲଝାର ଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଭୁବନେଶ୍ୱରର ଅଙ୍ଗିକା ଅନୁଷ୍ଠାନ ଆନୁକୁଲ୍ୟରେ ଛଉ ନୃତ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଙ୍ଗିକା ଅନୁଷ୍ଠାନର ଛଉ ନୃତ୍ୟୁ ଗୁରୁ ସଦାଶିବ ପ୍ରଧାନ ନିଜେ ଆସିି ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ଛଉ ନୃତ୍ୟ ପ୍ରଶିକ୍ଷଣ ଦେଇଥିଲେ । ଗୁରୁଶ୍ରୀ ପ୍ରଧାନ ଛଉ କଅଣ,ଏବଂ ଛଉର ପ୍ରକାର , ବେକ, ଉଫୁଲି, ଉପଉଫୁଲି, ଏବଂ ଶାନ୍ତାଳ କାର୍ଯ୍ୟକ୍ରମ ଉପରେ ଧାରଣା ଦେଇ ନୃତ୍ୟୁ ଶିକ୍ଷା ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନେ ଆନନ୍ଦ ସହକାରେ ନୃତ୍ୟୁ ପରିବେଷଣ କରିଥିଲେ । ଏହା ସହ ମୁଲିଆ ନାଚ ଓ ଅନ୍ୟାନ୍ୟ ନାଚ ମଧ୍ୟ ପରିବଷେଣ କରିଥିଲେ । ଗୁରୁ ଶ୍ରୀ ପ୍ରଧାନ ନଟରାଜର ଛଉ ନୃତ୍ୟୁ ପରିବେଷଣ କରି ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିଥିଲେ । ଓଡିଶାର ଏହି ନୃ୍ତ୍ୟ ଦେଶ ବିଦେଶରେ ମଧ୍ୟ ଅତି ପି୍ରୟ ହୋଇଥିଲେ ମଧ୍ୟ ଆମ ଓଡିଶାରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଏହା ବିଷୟରେ ଜାଣି ନଥିବା କହିବା ସହ ଦୁଖ ପ୍ରକାଶ କରିଥିଲେ । ସେଥିପାଇଁ ସେ ବିଦ୍ୟାଳୟ ଗୁଡିକରେ ଏହି ଛଉ ନୃତ୍ୟ ଶିକ୍ଷା ଦେବା ପାଇଁ ସଦା ସର୍ବଦା ଚେଷ୍ଠିତ ବୋଲି କହିଥିଲେ । ନବୋଦୟ ବିଦ୍ୟାଳୟର ଅଧକ୍ଷ ଅତୁଲ କୁମାର ରାୟଙ୍କ ଯୋଗୁଁ ଏହି ବିଦ୍ୟାଳୟରେ ସୁଯୋଗ ମିଳିପାରିଥିବା ଗୁରୁ ଶ୍ରୀ ପ୍ରଧାନ କହିବା ସହ ବିଦ୍ୟାଳୟର ଅଧକ୍ଷ ଶ୍ରୀ ରାୟ ଏଭଳି ଜଣେ ଗୁରୁଙ୍କୁ ପାଇଁ ବିଦ୍ୟାଳୟ ଧନ୍ୟ ହୋଇଥିବା ପ୍ରକାଶ କରିଥିଲେ । ଏହି ଶିବିରରେ କଳା ଶିକ୍ଷକ ଶ୍ରୀ ଧର ଜେନା ସଙ୍ଗିତ ପରିବେଷଣ କରିଥିଲେ । ଶିକ୍ଷକ ଫତେଲାଲ ସାହୁ ମଞ୍ଚ ପରିଚାଳନା କରିବା ସହ ଶିକ୍ଷକ ମୋହନ ଦାସ ଗିରି , ମମତା ଦାସ ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ ଦୀର୍ଘ ତିିନି ଦିନ ଧରି ହୋଇଥିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ମାନେ ସହଯୋଗ କରିବା ସହ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *