ବୌଦ୍ଧ ଚୈତନ୍ୟ ସଂକିର୍ତ୍ତନ ମହାସଂଘର ବୈଠକ

ବୈାଦ୍ଧ, ୧୨ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲାର ଶ୍ରୀ ଶ୍ରୀ ଚେଅତନ୍ୟ ମହାସଂଘର ଏକ ଜିଲାସ୍ତରୀୟ ବୈଠକ ଗ୍ରାମ୍ୟଉନ୍ନୟନ ସଂସ୍ଥା ପରିସରସ୍ଥ ପଂଚାୟତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏନଏସି ତଥା ତିନିଗୋଟି ବ୍ଲକର କୋଣ ଅନୁକୋଣରୁ ଶତାଧିକ ସଂକିର୍ତ୍ତନ ମଣ୍ଡଳୀର ପ୍ରତିନିଧି ଯୋଗଦେଇଥିଲେ। ଏହି ବୈଠକରେ ମହାସଂଘ ପକ୍ଷରୁ ଜିଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ହରଭଙ୍ଗା ବିଡିଓ ଓ କଂଟାମାଳ ବିଡିଓଙ୍କୁ ଯୋଗଦେବାକୁ ପୂର୍ବରୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିଲା। କିନ୍ତୁ ଜିଲାର ଜଣେ ହେଲେ ପ୍ରଶାସନିକ ଅଧିକାରୀ ଏହି ବୈଠକରେ ଯୋଗ ନଦେବାରୁ ସଂକିର୍ତ୍ତନ ମହାସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଏନେଇ ଆସନ୍ତା ୧୯ ତାରିଖରେ ଏକ ବୈଠକ କରାଯାଇ ପରବର୍ତ୍ତି କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସଂଘର ଜିଲା ସଭାପତି କପିଳାଶ ମଲିକ ପ୍ରକାଶ କରିଛନ୍ତି। ବୈଠକରେ ଜିଲା ମହାସଂଘର ଜିଲା ସଂଯୋଜକ ଅଖଣ୍ଡ ମହାକୁଡଙ୍କ ସମେତ ତିନିଗୋଟି ବ୍ଲକର ବ୍ଲକ ସଭାପତି ଓ ସଂପାଦକ ଓ ଏନଏସିର କର୍ମକର୍ତ୍ତା ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *