ବୌଦ୍ଧ ଚାରିଶମ୍ଭୁ ମନ୍ଦିରର ଇତିିହାସକୁ ନେଇ ବିବାଦ ତେଜୁଛି, ସଂକଟରେ ପଶ୍ଚିମ ସୋମନାଥଙ୍କ ସ୍ଥିତି

ବୌଦ୍ଧ,୧୯ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : େଏ÷ତିହାସିକ ବୌଦ୍ଧଜିଲାରେ ଅନେକ ପ୍ରାଚୀନ କିିର୍ତ୍ତିରାଜୀ ରହିଥିଲେ ମଧ୍ୟ ତାହାର ସୂରକ୍ଷା ନେଇ ବିପଦ ଦେଖାଦେଇଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶାର ୫ ଗୋଟି କିର୍ତ୍ତିରାଜିର ସୂରକ୍ଷା ଦାୟିତ୍ୱ ବହନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ବୌଦ୍ଧଜିଲାର ଅଷ୍ଟମ ଶତାବ୍ଦୀରେ ଭଂଜ ରାଜାଙ୍କ ଦ୍ୱାରା ନିର୍ମିତ ବିରଳ ଚାରିଶମ୍ଭୁ ମନ୍ଦିର ଓ ନବମ ଶତାବ୍ଦୀରେ ସୋମୋବଂଶୀଙ୍କ ଦ୍ୱାରା ନିର୍ମିତ ରାମେଶ୍ୱର ମନ୍ଦିର ଦୁଇଟି ଅର୍ନ୍ତଭୁକ୍ତ ରହିଛି । କିନ୍ତୁ ସଂପ୍ରତି ଚାରିଶମ୍ଭୁ ମନ୍ଦିରର ପଶ୍ଚିମ ସୋମନାଥ ମନ୍ଦିରକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ବିବାଦକୁ ନେଇ ପ୍ରଶାସନ,ବୁଦ୍ଧିଜିବୀ,େଏ÷ତିହାସିକ,ଗବେଷକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠାକୁରଙ୍କ ଆସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ମୁତାବକ ମନ୍ଦିର ବେଢାରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଲଗାଯାଇଥିବା ସୂଚନା ଫଳକରେ ଏହାକୁ ଅଷ୍ଟମ ଶତାବ୍ଦୀରେ ଭଂଜ ବଂଶୀୟ ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଥିବା ଉଲେଖ କରାଯାଇଛି । ବୌଦ୍ଧର ପ୍ରାଚୀନ ଇତିିହାସକୁ ନେଇ ହୋଇଥିବା ଗବେଷଣା ଓ ସମସ୍ତ ତଥ୍ୟ ଆଧାରରେ ଏହି ମନ୍ଦିର ଭଂଜ ବଂଶର କିର୍ତ୍ତିରାଜୀ ବୋଲି ଗ୍ରହଣ କରାଯିବା ସହିତ ଭାରତ ସରକାର ମନ୍ଦିରର ସୂରକ୍ଷା ଦାୟିତ୍ୱ ବହନ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ସମସ୍ତ େଏ÷ତିହାସକ ତଥ୍ୟ ଓ ଗବେଷଣାକୁ ଭୁଲ ଦର୍ଶାଇ ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ବେଢାର ପଶ୍ଚିମ ସୋମାନଥ ମନ୍ଦିରକୁ ସ୍ଥାନୀୟ ଜଗତି ଗ୍ରାମର ମନୋଜ ଗୁରୁଙ୍କ ପରିବାର ପକ୍ଷରୁ ଏହାକୁ ଉନବିଂଶ ଶତାବ୍ଦୀରେ ତାଙ୍କର ପଣିଅଜା ତିଳ ଗୁରୁଙ୍କ ଦ୍ୱାରା ନିର୍ମିତ ହୋଇଥିବା ଦାବି କରିଆସୁଛନ୍ତି । ଏହାକୁ ନେଇ ମନ୍ଦିରର ସେବାୟତମାନଙ୍କ ମଧ୍ୟରେ ବି ବିବାଦ ସୃଷ୍ଟି ହେବା ସହିତ ମାମଲା ଯାଇ ନ୍ୟାୟାଳୟରେ ପହଂଚିଲାଣି । ପଶ୍ଚିମ ସେମାନାଥଙ୍କ ପୂଜାବିଧି ଓ ମନ୍ଦିର ପରିଚାଳନା ଓ ମାଲିକାନାକୁ ନେଇ ସେବାୟତ ଓ ଅଂଚଳବାସୀ ଦୁଇଗୋଷ୍ଠୀରେ ବିଭକ୍ତ ହେବାଯୋଗୁଁ ଏହା ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିବାରେ ଲାଗିଛି । ଫଳରେ ଚାରିଶମ୍ଭୁ ମନ୍ଦିରର ପ୍ରତ୍ୟେକ ପୂଜାବିଧି ୨୦୦୪ ମସିହା ପରଠାରୁ ପୋଲିସର ସହାୟତାରେ ହୋଇଆସୁଅଛି । ୨୦୦୭-୦୮ ମସିହାରେ ତକ୍ରାଳୀନ ଉପଜିଲାପାଳ ୧୪୪ ଧାରା ଜାରି କରି ମନ୍ଦିରର ପୂଜାବିଧି କରାଇଥିଲେ । ଗତବର୍ଷ ମେରୁଯାତ୍ରା ସମୟରେ ମନ୍ଦିରର ପୂଜାବିଧିକୁ ନେଇ ବିବାଦ ଉପୁଜିବାରୁ ଜିଲା ଆରକ୍ଷୀ ଅଧିକ୍ଷକ ହସ୍ତକ୍ଷେପ କରି ପୂଜାବିଧି କରାଇଥିଲେ । ପ୍ରତିବର୍ଷ ପଶ୍ଚିମ ସୋମନାଥ ମନ୍ଦିରରେ ପୂଜା କରାଯିବା ପରେ ଦଣ୍ଡଯାତ୍ରା ଆରମ୍ଭ କରାଯାଇଥାଏ । ଚଳିତବର୍ଷ ମଧ୍ୟ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କିନ୍ତୁୁ ମନ୍ଦିରର ମାଲିକାନାକୁ ନେଇ ରହିଥିବା ବିବାଦ ଯୋଗୁଁ ଦଣ୍ଡଯାତ୍ରା ଶୃଙ୍ଖଳାର ସହିତ ହୋଇପାରୁନଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରୁଛନ୍ତି । ତେଣୁ ଏହାକୁ ନେଇ ବାରମ୍ବାର ବୈଠକ ବସୁଥିଲେ ମଧ୍ୟ କୌଣସି ମାମଲାର ସମାଧାନ ବାହାରି ପାରୁନାହିଁ । ମନ୍ଦିରର ମିଛ ମାଲିକାନାରେ ସାକ୍ଷୀ ହୋଇଥିବା କିଛି ବ୍ୟକ୍ତିବିଶେଷ ମନ୍ଦିରର ସମସ୍ତ ସଂପତ୍ତିକୁ ହରିଲୁଟ୍ କରୁଥିବା ଅଭିଯୋଗ ହେଉଅଛି । ଯଦି ମନ୍ଦିରର ମାଲିକାନାକୁ ନେଇ ଦାବିକରୁଥିବା ପରିବାରଙ୍କ କଥା ବିଚାରକୁ ନିଆଯାଏ ବୌଦ୍ଧର ପ୍ରାଚୀନ ଇତିହାସକୁ କଣ ବଦଳା ଯାଇପାରିବ ନା ମନ୍ଦିର ବେଢାରେ ଲେଖାଥିବା ତଥ୍ୟକୁ ଭୁଲ ବୋଲି ସ୍ୱୀକାର କରାଯିବ ତାହା ଏବେ ଜନସାଧାରଣ,ଇଚ୍ଛିହାସକାର,ଗବେଷକ ଓ ପ୍ରଶାସକମାନଙ୍କ ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇପଡିଛି । ଚାରିଶମ୍ଭୁ ମନ୍ଦିରର ପୂର୍ବ ଗାରିମା ଅକ୍ଷୁର୍ଣ୍ଣ ରଖାଯିବାକୁ ଅଂଚଳର ବୁଦ୍ଧିଜିବୀମାନେ ମତପ୍ରକାଶ କରିବା ସହିତ ମନ୍ଦିରର ମାଲିକାନା ବିବାଦକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ମାମଲାରେ ଜିଲାର ପ୍ରାଚୀନ ଇତିହାସର ମୂକସାକ୍ଷୀ ଚାରିଶମ୍ଭୁ ମନ୍ଦିରର ବେଢାରେ ରହିଥିବା ପଶ୍ଚିମ ସୋମନାଥଙ୍କ ଆସ୍ଥା ଓ ସ୍ଥିତିକୁ ନେଇ ସଙ୍କଟ ବଢି ଚାଲିଥିବାରୁ ପ୍ରଶାସନ ହସ୍ତକ୍ଷେପ କରି ମାମଲାର ଏକ ସ୍ଥାୟୀ ସମାଧାନ କରାଯିବାକୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *