ଜିଲ୍ଲା ପରିକ୍ରମା

ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜାତୀୟ ପୁରସ୍କାର ପାଇଁ ମନୋନୀତ

ବୌଦ୍ଧ,୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କିଛିମାସ ପୂର୍ବରୁ ବୌଦ୍ଧ ବ୍ଲକ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ଦେଶର ଅନ୍ୟତମ ଶ୍ରେଷ୍ଠ ବ୍ଲକ ଭାବରେ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇସାରିଥିବାବେଳେ ଏବେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜିଲା ପାଇଁ ଆଉ ଏକ ଗୌରବ ଆଣିଦେଇଛି । ମିଳିଥିବା ସୂଚନା ମୁତାବକ ମନରେଗା ଯୋଜନାରେ ସ୍ୱଛତା ଓ ଅନଲାଇନ ଡକୁମେଣ୍ଟେସନ(ଜିଇଓ) ପ୍ରଦାନ କରିବାରେ ଦେଶର ତିନୋଟି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମଧ୍ୟରେ ବୌଦ୍ଧ ସ୍ଥାନ ପାଇଛି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଦିନ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top